Latest Odisha News

BREAKING NEWS

ମନି ଲଣ୍ଡରିଙ୍ଗ ମାମଲାରେ ବନ୍ଧା ହେଲେ ଆପ୍ ନେତା

ନୂଆଦିଲ୍ଲୀ: ବନ୍ଧା ହେଲେ ଇଡି ବିଧାୟକ । ମନି ଲଣ୍ଡରିଙ୍ଗ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ପ୍ରାୟ ୬ ଘଣ୍ଟାର ଜେରା ପରେ ଅମାନତୁଲ୍ଲାଙ୍କୁ ଗିରଫ କରିଛି ଇଡି ।

ତେବେ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ବେଆଇନ ନିଯୁକ୍ତି ଏବଂ ଆର୍ଥିକ ହେରଫେର୍‌ ଦୁର୍ନୀତି ଅଭିଯୋଗରେ ଆପ ବିଧାୟକଙ୍କ ଘରେ ଚଢାଉ ଆରମ୍ଭ କରିଥିଲା ଇଡି । ଇଡି ଟିମ ପହଞ୍ଚିବା ପରେ ଗେଟ୍ ବନ୍ଦ କରି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ ଅମାନତୁଲ୍ଲା । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲ ପୋଷ୍ଟ ଜାରି କରି ଅମାନତୁଲ୍ଲା କହିଥିଲେ, ‘ମୋତେ ଗିରଫ କରିବା ପାଇଁ ଇଡିର ଲୋକମାନେ ସକାଳ ୭ଟାରେ ମୋ ଘରେ ପହଞ୍ଚିଛନ୍ତି । ସରକାର ଆପନେତା ମାନଙ୍କୁ ଟାର୍ଗେଟ କରୁଛନ୍ତି ।’

ତାଙ୍କ ପୋଷ୍ଟ ଜାରି ପରେ ଚହଲାସ୍ଥିତ ଅମାନତୁଲ୍ଲାଙ୍କ ଘର ବାହାରେ ଦିଲ୍ଲୀ ପୁଲିସ ଏବଂ ସାମରିକ ବାହିନୀର ଏକ ଟିମ୍ ନିୟୋଜିତ ହୋଇଥିଲେ । ଘଟଣାସ୍ଥଳରୁ ହସ୍ତଗତ ହୋଇଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ଖାନଙ୍କ ବାସଭବନ ଥିବା ରାସ୍ତାରେ ପୁଲିସ୍‌ ଓ ଅଧିକାରୀମାନେ ଭାରୀ ସୁରକ୍ଷା ସହିତ ଡକ୍ୟୁମେଣ୍ଟ ଏବଂ ସାମଗ୍ରୀର ସମୀକ୍ଷା କରୁଛନ୍ତି। ଯାହାକୁ ନେଇ ବିଜେପି କହିଛି, ଯେମିତି କରିବ ସେମିତି ପାଇବ ।

ଅନ୍ୟପକ୍ଷରେ ଏହାକୁ କଡା ସମୋଲାଚନା କରିଛନ୍ତି ଆପ ନେତା । ଆପ ନେତାମାନେ ଅମାନତୁଲ୍ଲା ଖାନଙ୍କ ପଛରେ ରାଲି କରି ଇଡିଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି। ବିଜେପିର ରାଜନୈତିକ ଏଜେଣ୍ଡା ଯୋଗୁଁ ଅମାନତୁଲ୍ଲାଙ୍କୁ ଟାର୍ଗେଟ କରାଯାଉଥିବା ଆପ୍‌ ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି । ସେହିପରି ଆପ ନେତା ମନିଷ ସିସୋସିଆ ଏହାକୁ ଇଡିର ଗୁଣ୍ଡାଗର୍ଦ୍ଦି ବୋଲି ଅଭିଯୋଗ କରିଛନ୍ତି ।

Comments are closed.