Latest Odisha News

BREAKING NEWS

ବାଂଲାଦେଶରୁ ୯ ହଜାର କୋଟି ଠକେଇ; ଭାରତରେ ଧରିଲା ଇଡି

ଭୁବନେଶ୍ୱର: ପ୍ରଶାନ୍ତ କୁମାର ହଲଦର ନାମକ ଜଣେ ବ୍ୟକ୍ତି ବାଂଲାଦେଶରୁ ୯ ହଜାର କୋଟି ଟଙ୍କା ଠକେଇ କରି ଭାରତକୁ ଫେରାର ହୋଇଆସିଛନ୍ତି । ନକଲି କାଗଜପତ୍ର କରି ସେ ଭାରତୀୟ ନାଗରିକ ସାଜିଛନ୍ତି । ଭାରତୀୟ ନାଗରିକ ବନିବାର ସୁଯୋଗକୁ ଭରପୂର ଫାଇଦା ଉଠାଇଛନ୍ତି । ବାଂଲାଦେଶର ବିଭିନ୍ନ ବ୍ୟାଙ୍କରୁ ଠକେଇ କରିଥିବା ଟଙ୍କାରେ ସେ ବ୍ୟକ୍ତି ଭାରତରେ ବ୍ୟବସାୟ ଲମ୍ବାଇଛନ୍ତି ।

ରବିବାର ପଶ୍ଚିମବଙ୍ଗରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଶାନ୍ତ କୁମାରଙ୍କ ସହ ତାଙ୍କର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ନକଲି ନାଗରିକ ମାମଲା ଏବଂ ବିଦେଶୀ ଅର୍ଥ ହେରଫେର ମାମଲାରେ ପ୍ରଶାନ୍ତଙ୍କ ସହ ୬ ଜଣ ଗିରଫ ହୋଇଛନ୍ତି ।

ଅଭିଯୁକ୍ତ ପ୍ରଶାନ୍ତ ହଲଦର ବ୍ୟବସାୟ ଚେର ବଢ଼ାଇବା ସହ ଭାରତରେ ସଂପତ୍ତି ବାଡ଼ି କିଣିଛି । ଇଡି ପ୍ରଶାନ୍ତଙ୍କ ନାମରେ ଥିବା ୧୧ଟି ସ୍ଥାନରେ ଚଢ଼ଉ କରିଥିଲା । ସେ ଭାରତରେ ଶିବଶଙ୍କର ହଲଦର ନାମରେ ରହୁଥିଲା । ସେ ଭାରରେ ଭୋଟର କାର୍ଡ, ପ୍ୟାନ କାର୍ଡ, ରାସନ କାର୍ଡ ହାତେଇଛନ୍ତି ।

ପ୍ରଶାନ୍ତଙ୍କ ସହ ସ୍ୱପନ ମୈତ୍ର, ଉତ୍ତମ ମୈତ୍ର, ଇମାମ୍ ହୋସେନ୍, ଅମାନା ସୁଲତାନା ଏବଂ ପ୍ରଣେଶ କୁମାର ହଲଦରଙ୍କୁ ଗିରଫ କରିଛି । ପ୍ରଶାନ୍ତ ନିଜ ନିକଟରେ ଭାରତୀୟ ପାସପୋର୍ଟ ସହ ଗ୍ରେନେଡ଼ା ପାସପୋର୍ଟ ମଧ୍ୟ ଅଛି । ଇଣ୍ଟରପୋଲ ପ୍ରଶାନ୍ତ ନାମରେ ରେଡ କର୍ଣ୍ଣର ନୋଟିସ୍ ଜାରି କରିଛି ।

Leave A Reply

Your email address will not be published.