Latest Odisha News

BREAKING NEWS

ହାଟରେ ଲାଗିଲା ମାଓ ପୋଷ୍ଟର, ୨୦ରେ ଓଡିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ

ବଲାଙ୍ଗୀର : କିଛି ଦିନର ନୀରବତା ପରେ ପୁଣି ମାଓ ବ୍ୟାନର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓ ବ୍ୟାନର ଲାଗିଛି । ପୋଲିସ ଦମନ ବିରୋଧରେ ମେ ୨୦ ତାରିଖରେ ଏକ ଦିନ ପାଇଁ ଓଡ଼ିଶା ରାଜ୍ୟ ବନ୍ଦଡାକରାକୁ  ସଫଳ କରିବାକୁ ମାଓବାଦୀମାନେ ବ୍ୟାନରରେ ଆହ୍ଵାନ କରିଛନ୍ତି  ।

ଗତ ଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଳିବର୍ଷଣରେ ୨୦ ଜଣ ମାଓବାଦୀଙ୍କ ହତ୍ୟା କରାଯାଇଛି । ଏଥିପାଇଁ ମାଓବାଦୀମାନେ ମେ ୨୦ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି ଯେ, ରାଜନୈତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାରଙ୍କ ଯୁଦ୍ଧକୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି, ହିନ୍ଦୁତ୍ଵ, ଫାସିବାଦ ସରକାର ଦ୍ଵାରା ଚାଲଯାଉଥିବା ଦମନ ଅଭିଯାନକୁ ବିରୋଧ କରନ୍ତୁ ।

ରବିବାର ଦିନ ଘୁନୁସର ବଜାର ହୋଇଥିବା ବେଳେ ବଜାରକୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ଏହି ବ୍ୟାନର ଦେଖିଥିଲେ। ତେବେ ମାଓ ବ୍ୟାନର ଲାଗିଥିବା ସ୍ଥାନରେ ଲୋକମାନେ ଭୟଭୀତ ନହୋଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ବ୍ୟାନର ଦୁଇଟିକୁ ଜବତ କରିଛି ।

Leave A Reply

Your email address will not be published.