ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ରିୟଲ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ର ଚେୟାରମ୍ୟାନ୍ ଆର୍.କେ ଅରୋରା। ମନିଲଣ୍ଡରିଂ ନିରୋଧକ ଆଇନ୍(ପିଏମ୍ଏଲ୍ଏ)ରେ ମଙ୍ଗଳବାର ତାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଅଫିସ୍ରୁ ଗିରଫ କରାଯାଇଛି।
ମନି ଲଣ୍ଡରିଂ ମାମଲାରେ ଗତ ୩ ଧରି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ସମ୍ପର୍କରେ ବିଳମ୍ବିତ ରାତିରେ ଫୋନ୍ କରି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା।
ସୁପରଟେକ୍ ଗ୍ରୁପ୍, ଏହାର ନିର୍ଦ୍ଦେଶକ, ପ୍ରମୋଟର ବିରୋଧରେ ମନି ଲଣ୍ଡରିଂ ମାମଲା ହୋଇଛି। ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟଗୁଡ଼ିକ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୁପରଟେକ୍ ଗ୍ରୁପ୍ ଘର କିଣୁଥିବା ଗ୍ରାହକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ସଂସ୍ଥା ଗ୍ରାହକଙ୍କ ଠାରୁ ଟଙ୍କା ନେଇ ଯାଇ ଘର ଦେବାରେ ଅସମର୍ଥ ରହିଛି ବୋଲି ଅଭିଯୋଗ ହୋଇଛି।
ସୂଚନା ଥାଉକି, ଗତ ଏପ୍ରିଲ ମାସରେ ଇଡି ରିୟଲ ଇଷ୍ଟେଟ୍ ଗ୍ରୁପ୍ ଏବଂ ଏହାର ନିର୍ଦ୍ଦେଶକଙ୍କର ୪୦ କୋଟି ଟଙ୍କା ଜବତ କରିଥିଲା। ଗତବର୍ଷ ନୋଏଡ଼ାରେ ସୁପରଟେକ ବେଆଇନ ଭାବେ ତିଆରି କରିଥିବା ଟ୍ୱିନ୍ ଟାୱରକୁ ଭଙ୍ଗା ଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ହଜାର କେଜି ବିସ୍ଫୋରକ ଲଗାଇ ଦୁଇଟି ସୁଉଚ୍ଚ ଅଟ୍ଟାଳିକାଙ୍କୁ ଭଙ୍ଗାଯାଇଥିଲା। ଯାହାର ଭିଡିଓ ଭାଇରାଲ୍ ହୋଇଥିଲା।
Comments are closed.