Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତାଙ୍କ ପତ୍ନୀ ଓ ଅନ୍ୟ ୩ଜଣ ଅଭିଯୁକ୍ତଙ୍କର ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ନାମରେ ଥିବା ୭୦ ଲକ୍ଷର ୨ଟି ବିଲ୍ଡିଂ ଏବଂ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍‌ କରାଯାଇଛି।

BjdElectrycity

ଅନ୍ୟ ଯେଉଁ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ୟବସାୟୀ ରାଜେଶ ଯୋଶୀ, ଅମନଦୀପ ସିଂ ଧଲ, ଗୌତମ ମଲହୋତ୍ରା। ସେମାନଙ୍କ ନିକଟରୁ ଜବତ ହୋଇଥିବା ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ କେବଳ ୭.୨୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅସ୍ଥାବର ରହିଥିବା ଜଣାପଡ଼ିଛି। ଏହି ମାମଲାରେ ଇଡି ଗତ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।

Leave A Reply

Your email address will not be published.