Latest Odisha News

BREAKING NEWS

ବିଟକଏନ୍ ଦୁର୍ନୀତି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବିଟକଏନ୍ ଦୁର୍ନୀତି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ୍ ଦାଖଲ କରିଛି। ତେବେ ଏହି କାରବାରରେ ମଧ୍ୟସ୍ଥି ରହିବା ସହ ସେ ଏହାର ମାଲିକ ଥିବା ନେଇ ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

ବର୍ତ୍ତମାନ୍ କୁନ୍ଦ୍ରାଙ୍କ ପାଖରେ ୨୮୫ଟି ବିଟକଏନ୍ ରହିଛି ଯାହାର ମୂଲ୍ୟ ବର୍ତ୍ତମାନ ୧୫୦.୪୭ କୋଟି ଟଙ୍କା ଥିବା ଜଣାପଡିଛି।

କ୍ରିପ୍ଟୋ ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ସ୍ବର୍ଗତ ଅମିତ ଭରଦ୍ୱାଜଙ୍କଠାରୁ ତାଙ୍କୁ ବିଟକଏନ୍ ପ୍ରାପ୍ତ ହୋଇଥିଲା। ଏହାକୁ ନେଇ ଏକ ଚାର୍ଜସିଟ୍ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (PMLA) କୋର୍ଟରେ ଦାଖଲ କରାଯାଇଛି। ରାଜ କୁନ୍ଦ୍ରା ଜାଣିଶୁଣି ବିଟକଏନ୍ ୱାଲେଟ୍ ଠିକଣା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ଲୁଚାଇବା ସହ ଅମିତ ଭରଦ୍ୱାଜଙ୍କଠାରୁ ପ୍ରାପ୍ତ ବିଟକଏନ୍ ଜମା କରିବାରେ ବିଫଳ ହୋଇଥିବା ନେଇ ଏହି ଚାର୍ଜସିଟ୍ ରେ ଉଲ୍ଲେଖ କରାଯାଇଛି।

ତେବେ ବିଟକଏନରୁ ପ୍ରାପ୍ତ ଆୟକୁ ନିଜ ପାଖରେ ରଖି ଏହାକୁ ସେ ବ୍ୟବହାର କରୁଥିବା ନେଇ ଇଡି ସୂଚନା ଦେଇଛି। ଏହା ବ୍ୟତୀତ ଅପରାଧିକ କାର୍ଯ୍ୟକଳାପରୁ ପ୍ରାପ୍ତ ପାଣ୍ଠିର ଉତ୍ସକୁ ଲୁଚାଇବା ପାଇଁ ସେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ସହ ମିଶି ବ୍ୟବସାୟ କରିଥିଲେ, ଯାହାକି ବଜାର ହାରଠାରୁ ବହୁତ କମ୍ ମୂଲ୍ୟରେ ହୋଇଥିଲା।

 

Comments are closed.