ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍
ଭୁବନେଶ୍ଵର: ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍ । ୧୧ଟି ସ୍ଥାନରେ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଚାଲିଛି ରେଡ୍ । ‘ଜେଡ୍’ ନିର୍ଦ୍ଦେଶକଙ୍କ ଘର ଓ ଅଫିସ୍ରେ ଚାଲିଛି ରେଡ୍ ।
ସେପଟେ ଇଡି ରେଡ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ‘ଜେଡ୍’ ଇଷ୍ଟେଟ୍ ମୁଖ୍ୟ। ତାଙ୍କ କହିବା ଅନୁସାରେ ସର୍ଚ୍ଚ କରାଯାଇଥିଲା ରେଡ୍ ନୁହେଁ । ଫରେନ ଏକ୍ସଚେଞ୍ଜ୍ ମ୍ୟାନେଜମେଣ୍ଟ ଆକ୍ଟ ଅନୁସାରେ ଯାଞ୍ଚ କରାଯାଉଥିଲା । ୧୧ଟି ସ୍ଥାନ ନୁହେଁ ବରଂ ଦୁଇରୁ ତିନୋଟି ସ୍ଥାନରେ ଯାଞ୍ଚ କରାଯାଇଛି । ଯାଞ୍ଚରେ ସେମାନଙ୍କୁ ପୁରାପୁରି ସହଯୋଗ କରିଛୁ । ଏପରର୍ଯ୍ୟନ୍ତ ଇଡି କୌଣସି ଆପତ୍ତିଜନକ ଡକ୍ୟୁମେଣ୍ଟ ଜବତ କରିନି ବୋଲି କହିଛନ୍ତି ‘ଜେଡ୍’ ଇଷ୍ଟେଟ୍ ମୁଖ୍ୟ ।
Comments are closed.