Latest Odisha News

BREAKING NEWS

୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫସିଲେ ‘ଇଡି’ର ଡେପୁଟି ଡାଇରେକ୍ଟର

ଭୁବନେଶ୍ବର: ସିବିଆଇ ପଞ୍ଝାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ସିବିଆଇ ଟିମ୍‌ ।

ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୫୦ ଲକ୍ଷର ଡିଲ୍ ହୋଇଥିଲା । ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଜଣାଇଥିଲେ । ଏନେଇ ପ୍ରସ୍ତୁତ ହୋଇଥିଲା ଯୋଜନା । ଗୁରୁବାର ସନ୍ଧ୍ୟାରେ ଯୋଜନା ମୁତାବକ ଲାଞ୍ଚ ଦେଲାବେଳେ ଘଟଣାସ୍ଥଳରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇର ବରିଷ୍ଠ ଅଧିକାରୀମାନେ ।

ଏନେଇ ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ପଚରାଉଚୁରା କରୁଛି । ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ହେଉଛନ୍ତି ଚିନ୍ତନ ରଘୁବଂଶୀ ।

Comments are closed.