Latest Odisha News

BREAKING NEWS

ୱାକଫ ବୋର୍ଡ ଜମି ଜାଲିଆତି ମାମଲା: ୭ଟି ସ୍ଥାନରେ ଇଡିର ଚଢ଼ାଉ, ଅଡୁଆରେ ନୱାବ

ପୁଣେ: ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ୱାକଫ ବୋର୍ଡ ଜମି ଦୁର୍ନୀତି ମାମଲାରେ ପୁଣେରେ ୭ଟି ସ୍ଥାନ ଉପରେ ଚଢ଼ାଉ କରିଛି । ଏହି ଚଢ଼ାଉ ପରେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଅଡୁଆ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ାଉରେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି । କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାଁ ପୁତ୍ର ଆର୍ଯ୍ୟନ ଗିରଫ ହେବା ପରେ ସେ ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଏବଂ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରୁଥିବା ନୱାବ ନିଜେ ଫସିବାକୁ ଯାଉଛନ୍ତି ।

BjdElectrycity

ୱାକର୍ଫ ବୋର୍ଡ ଜମି ବିକ୍ରିରେ ହେରଫେର କରାଯାଇଥିଲା । ଏହି ବିଭାଗ ନୱାବଙ୍କ ମନ୍ତ୍ରୀମଣ୍ଡଳ ଅଧିନରେ ଯାଉଛି । ଫଡନାଭିସ ଓ ନୱାବ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଏହି ଚଢ଼ାଉ ନେଇ ବିଜେପି ନେତା କଣ କହୁଛନ୍ତି ତାହା ଦେଖିବା କଥା ।

Leave A Reply

Your email address will not be published.