ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ତାଜା ସମନ ଜାରି କରିଛି ଇଡି। ବୁଧବାର ଦିନ ହାଜର ହେବା ପାଇଁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ଇଡି ନିର୍ଦ୍ଦେଶନାମା ଜାରି କରିଛି। ପଞ୍ଚମ ଥର ପାଇଁ ଦେଶମୁଖଙ୍କୁ ଇଡି ସମନ ଜାରି କରିଛି।
ଦେଶମୁଖ ଗତ ମାସରେ ଏକ ଭିଡିଓ ବିବୃତ୍ତି ଜାରି କରି ଦର୍ଶାଇଛନ୍ତି ଯେ ତାଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ପରେ ସେ ଇଡିରେ ହାଜର ହେବେ।
PMLA ଅଧୀନରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲାରେ ମହାରାଷ୍ଟ୍ର ପୋଲିସ ପ୍ରତିଷ୍ଠାନରେ ୧୦୦ କୋଟି ଲାଞ୍ଚ ଏବଂ ଚୋରାଚାଲାଣ ରାକେଟ ସମ୍ପର୍କରେ ଏହି ସମନ ଜାରି କରାଯାଇଥିଲା। ଏହାଫଳରେ ଏପ୍ରିଲରେ ଦେଶମୁଖ ଇସ୍ତଫା ଦେଇଥିଲେ।
Comments are closed.