Latest Odisha News

BREAKING NEWS

ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ଗଞ୍ଜାମ: ବାଲି ମାଫିଆଙ୍କ ଘରେ ଇଡି ରେଡ୍‌ ମାମଲା। ରେଡ୍ ପରେ ଇଡିରେ ହାଜର ହେବାକୁ ବାଲି ମାଫିଆଙ୍କୁ ସମନ। ଜଣଙ୍କ ପରେ ଜଣେ ବାଲି ମାଫିଆଙ୍କୁ ସମନ କରିଛି ଇଡି। ଆଜି ହାଜର ହୋଇପାରନ୍ତି ପୂର୍ବତନ ଯୁବ କଂଗ୍ରେସ ନେତା ତଥା ବାଲି ମାଫିଆ ବିଶ୍ୱଜିତ ପାତ୍ର। ଗତ ୧୬ ତାରିଖରେ ଗଂଜାମର ୬ ମାଫିଆଙ୍କ ଘରେ ରେଡ୍‌ ହୋଇଥିଲା। ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା, ୧୦ ଦାମୀ ଗାଡି ଜବତ ହୋଇଥିଲା। ୨୫ ଟି ସ୍ଥାନରେ ରେଡ୍‌ କରିଥିଲା ଇଡି।

ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିବା କୁହାଯାଉଛି। ଏନେଇ ପଚରାଉଚରା ପାଇଁ ଭୁବନେଶ୍ବର ED ଅଫିସରେ ହାଜର ହେବାକୁ ତାଙ୍କୁ ସମନ କରାଯାଇଛି। ଗତ ୧୬ ତାରିଖରେ ଗଂଜାମର ୬ରୁ ଅଧିକ ମାଫିଆଙ୍କ ଘରେ ରେଡ୍ ହୋଇଥିଲା।ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ବି ଯାଞ୍ଚ ହୋଇଥିଲା। ଏହି ରେଡ୍ ବେଳେ ମାଫିଆଙ୍କ ପାଖରୁ ମିଳିଥିଲା ଆଲମାରୀ ଭର୍ତ୍ତି ଟଙ୍କା। ଯାହାକୁ ଦେଖି ତାଜୁବ୍ ଇଡି। ତାସହ ଏହି ରେଡ୍ ବେଳେ ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା ମିଳିଥିଲା। ୧୦ ଦାମୀ ଗାଡି ବି ଜବତ ହୋଇଥିଲା।

Comments are closed.