Latest Odisha News

BREAKING NEWS

ଅର୍ଚ୍ଚନା ନାଗ ମାମଲା; ଚାର୍ଜସିଟ୍ ଦାଖଲ କରିବ ଇଡି

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍‌ ଦାଖଲ କରାଯିବ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିବ । ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରାଯିବା ନେଇ ସୂଚନା ରହିଛି । ଏଥିସହ  ଜେରା ସମୟରେ ରେକର୍ଡ କରାଯାଇଥିବା ଅଡିଓ ଏବଂ ଭିଡିଓ ମଧ୍ୟ ଦାଖଲ କରିବ ଇଡି । ପୂର୍ବରୁ ବ୍ଲାକମେଲ୍‌ କ୍ବିନ୍‌ ଅର୍ଚ୍ଚନା ନାଗକୁ ଇଡି ଦୁଇ ଦୁଇଥର ରିମାଣ୍ଡରେ ନେଇ ଜେରା କରିଥିବା ବେଳେ ଅର୍ଚ୍ଚନାର ସମ୍ପତ୍ତିକୁ ନେଇ ବାରମ୍ବାର ଜେରା କରିଥିଲା ଇଡି । ଏତେ କମ୍‌ ଦିନରେ ଏତେ ସମ୍ପତ୍ତି କିପରି ଠୁଳ କରାଗଲା ସେନେଇ ନାଗ ଦମ୍ପତିଙ୍କୁ ପଚରାଉଚରା କରିଥିଲା ଇଡି ।

କେଉଁଠାରୁ ଏତେ ଟଙ୍କା ଆସୁଥିଲା ? ଏତେ ବଡ଼ ଘର କରିବା ପଛରେ କାହାର ହାତ ରହିଛି ବୋଲି ପ୍ରଶ୍ନ କରିଥିଲା ଇଡି  । କେବଳ ସେତିକି ନୁହେଁ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ଆଣି ଅନେକ ପ୍ରସଙ୍ଗରେ ଇଡି ଜେରା କରିଥିଲା । ସେପଟେ ଶ୍ରଦ୍ଧାଞ୍ଜଳିଙ୍କ ସହ ସୁନା ବ୍ୟବସାୟୀ, କାର୍‌ ସୋରୁମ୍‌ ମାଲିକ ପରି କିଛି ବଡ଼ ବଡ଼ ଲୋକ ମଧ୍ୟ ଇଡିରେ ହାଜର ହୋଇ ଜେରା ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.