ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟରେ ବେଆଇନ ଖଣି ଖନନ ସହ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ସମନ୍ ଜାରି କରିଛି । ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଗୁରୁବାର ଜେରା କରାଯିବା ନେଇ ସମନ୍ ରେ ନିର୍ଦ୍ଦେଶ ରହିଛି ।
ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅନ୍ତର୍ଗତେ ତାଙ୍କର ବୟାନ ରେକର୍ଡ କରାଯିବ । ଏହି ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ତଦନ୍ତ ଏଜେନ୍ସି ହେମନ୍ତ ସୋରେନଙ୍କ ରାଜନୈତିକ ସହଯୋଗୀ ପଙ୍କଜ ମିଶ୍ର ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିସାରିଛି । ଝାଡ଼ଖଣ୍ଡରେ ପ୍ରାୟ ୧ହଜାର କୋଟି ଟଙ୍କାର ବେଆଇନ ଖଣି ଖନନ ଦୁର୍ନୀତି ନେଇ ତଦନ୍ତ ଜାରି ରଖିଛି ଇଡି ।
Comments are closed.