Latest Odisha News

BREAKING NEWS

ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପଞ୍ଚକୋଟା ନିକଟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଗୁଜରାଟ ନମ୍ବର ପ୍ଲେଟ୍ କାରଟି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ହୋଇଛି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତ ୩ ଜଣ ଗୁଜରାଟ ଗାନ୍ଧୀ ନଗରର ବାସିନ୍ଦା । ତେବେ ସେମାନଙ୍କ କାରରୁ ମହାପ୍ରସାଦ ମିଳିଥିବାରୁ ପୁରୀରୁ ଫେରି ନୟାଗଡ଼ ଯାଉଥିବା ଜଣାପଡ଼ିଥିବା ବେଳେ ପରିଚୟ ମିଳିନାହିଁ । ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.