Latest Odisha News

BREAKING NEWS

ଧାମନଗର ପାଇଁ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଗ୍ରହଣ 

ଭଦ୍ରକ: ଆସନ୍ତାକାଲି ଧାମନଗର ପାଇଁ ପଡିବ ଭୋଟ୍ । ଉପନିର୍ବାଚନ ପାଇଁ ସୁରକ୍ଷା ଦୁଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଏଥିପାଇଁ ୨୮ଟି ସ୍କ୍ୱାଡ୍ ଗଠନ ହୋଇଛି । ପ୍ରଶାସନ ପାଖରେ ମୋଟ ୬୯ ଟି ଅଭିଯୋଗ ପହଞ୍ଚିଛି । ପ୍ରାୟ ୨୮୩୨ ବ୍ୟାନର, ୧୭ଶହରୁ ଅଧିକ ପୋଷ୍ଟର, ୫୦ହଜାରରୁ ଅଧିକ ଫ୍ଲାକ୍ସ ବିଭିନ୍ନ ସ୍ଥାନ ଗୁଡିକରୁ ହଟାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କାର୍ଯ୍ୟରେ ଅବହେଳା ପାଇଁ ୨ ଜଣକୁ କାର୍ଯ୍ୟରୁ ଅବ୍ୟାହତି ଏବଂ ୨ ଜଣକୁ ନିଳମ୍ବିତ କରାଯାଇଛି। ୧୩୬ ଜଣକୁ ଗିରଫ କରାଯାଇଛି। ୨୪ଟି ମୋବାଇଲ ପାର୍ଟି ୧୦୦ ଜଣ ସବ୍ଇନସ୍ପେକ୍ଟର, ୩ ଜଣ ଅତିରିକ୍ତ ଏସ୍.ପି ୬ ଜଣ ଡିଏସପି, ୪ କମ୍ପାନୀ ସିଆରପିଏଫ୍, ୨୨ ପ୍ଲାଟୁନ ପୋଲିସ ଫୋର୍ସ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି । ୧୨୬ଟି ସମ୍ବେଦନଶୀଳ ବୁଥରେ ୱେବ୍ କାଷ୍ଟିଙ୍ଗ୍ ବ୍ୟବସ୍ଥା କରାଯାଇଛି ।

ଆଜି ସନ୍ଧ୍ୟା ୬ଟା ପୂର୍ବରୁ ପ୍ରଚାର କାର୍ଯ୍ୟରେ ଥିବା ବ୍ୟକ୍ତିଙ୍କୁ ନିର୍ବାଚନମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ହୋଟେଲ, ମଣ୍ଡପ ଆଦିକୁ ପୋଲିସ ଯାଞ୍ଚ କରିବ ବୋଲି କହିଛି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।

Leave A Reply

Your email address will not be published.