Latest Odisha News

BREAKING NEWS

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକର ୪ଟି ସ୍ଥାନରେ ରେଡ୍ । ସେପରି ବାରିପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ ।

ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଛି । ସେହିପରି ତାଙ୍କର କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ମୋଟ ୧୦ଟି ସ୍ଥାନରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ଏହାସହ ବାରିପଦା ଇଞ୍ଜିନିୟରିଙ୍ଗ କଲେଜ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ବାରିପଦା ଇଞ୍ଜିନିୟରିଙ୍ଗ କଲେଜରେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିବା ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲା ଇଡି ହାତକୁ ଆସିଥିଲା । ତେବେ ସେହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଥିବା ନେଇ ସନ୍ଦେହ କରାଯାଉଛି ।

୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ ବିଧାୟକ ପ୍ରଫୁଲ୍ଲ ସାମଲ । ୧୯୯୫ ମସିହାରେ ସେ ୧୦ମ ବିଧାନ ସଭାରେ ବିଜେଡି ପ୍ରତିନିଧି ଭାବରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୧ଶ ଓ ୧୨ଶ ବିଧାନ ସଭାରେ ବିଜେଡି ପ୍ରତିନିଧି ଭାବରେ ଭଦ୍ରକରୁ, ୧୫ଶ ଓ ୧୬ଶ ବିଧାନ ସଭାରେ ବିଜେଡି ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୪ଶ ବିଧାନ ସଭାରେ ପ୍ରଫୁଲ୍ଲ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ । ୧୫ଶ ବିଧାନ ସଭାରେ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଯୋଜନାର ମନ୍ତ୍ରୀ ଥିଲେ ।

 

Leave A Reply

Your email address will not be published.