Latest Odisha News

BREAKING NEWS

ଜୀବନରେ ଚାପରୁ ମୁକ୍ତି ଓ ମନର ଶାନ୍ତି ପାଇଁ ତକିଆ ତଳେ ରଖନ୍ତୁ ୫ଟି ତୁଳସୀ ପତ୍ର

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ବ ରହିଛି । ତୁଳସୀ ବିନା ଭଗବାନଙ୍କୁ ଭୋଗ ମଧ୍ୟ ଦିଆଯାଇନଥାଏ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ବ୍ୟତୀତ ତୁଳସୀ ଗଛର ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆପଣ ଜାଣନ୍ତି କି ମନକୁ ଶାନ୍ତ କରିବା ପାଇଁ ତୁଳସୀକୁ ମଧ୍ୟ ବ୍ୟବହାର କରିପାରିବେ । ଜାଣନ୍ତୁ କିପରି ତୁଳସୀ ପତ୍ର ବ୍ୟବହାର କରି ଆପଣଙ୍କ ମାନସିକ ଶାନ୍ତି ଠୁ ଆରମ୍ଭ କରି ଆପଣଙ୍କ ଜୀବନସାଥୀଙ୍କ ସହିତ ସମ୍ପର୍କକୁ ବଜଭୁତ କରିପାରିବେ ।

ଏହି ଉପାୟରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ-

ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଘର ଉପରେ ପ୍ରଭୁଙ୍କ ଆଶୀର୍ବାଦ ରହୁ ତେବେ ଆପଣଙ୍କ ପାର୍ଟନରଙ୍କ ସହିତ କୌଣସି ଝଗଡା ନହେଉ ଏବଂ ଆପଣ ଚାପ ମୁକ୍ତ ରୁହନ୍ତୁ ତେବେ ପାଞ୍ଚଟି ତୁଳସୀ ପତ୍ର ନେଇ ଆପଣଙ୍କ ତକିଆ ତଳେ ରଖନ୍ତୁ ।

କୁହାଯାଏ ଯେ ଏହା କରିବା ଦ୍ୱାରା ଶୋଇବା ଘରର ପରିବେଶ ସକରାତ୍ମକ ହୋଇଯାଏ ଏବଂ ସେଠାରେ ଯାହା କିଛି ନକାରାତ୍ମକ ଥାଏ ତାହା ଦୂର ହୁଏ । ମନ ଶାନ୍ତ ରହିଥାଏ ।

କୁହାଯାଏ ଯେ ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ତକିଆ ତଳେ ତୁଳସୀ ପତ୍ର ରଖି ଶୋଇଥା’ନ୍ତି, ତେବେ ଏହା ଉଭୟଙ୍କ ମଧ୍ୟରେ ଝଗଡାକୁ ରୋକିଥାଏ ଏବଂ ପ୍ରେମ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଥାଏ ।

ଯଦି ଦିନର କାମର ଚାପ ଯୋଗୁଁ ଆପଣ ରାତିରେ ଶୋଇପାରୁ ନାହାଁନ୍ତି, ତେବେ କେବଳ 5 ଟି ତୁଳସୀ ପତ୍ରକୁ ତକିଆ ତଳେ ରଖନ୍ତୁ ଏବଂ ଦେଖନ୍ତୁ କିପରି ଆପଣଙ୍କୁ ଭଲ ନିଦ ହେବ ଏବଂ ଆପଣଙ୍କ ଚାପ ମଧ୍ୟ ହ୍ରାସ ପାଇବ ।

ବିଶ୍ବାସ ଅଛି ଯେ, ଯେ ତକିଆ ତଳେ ଏହି ପାଞ୍ଚଟି ତୁଳସୀ ପତ୍ର ରଖି ସହିତ ଶୋଇବା ଦ୍ୱାରା ବ୍ୟକ୍ତିର ବ୍ୟବସାୟ କିମ୍ବା ଚାକିରିରେ ପ୍ରଗତିର ସମ୍ଭାବନା ବଢିଥାଏ ଏବଂ ତୁଳସୀ ପତ୍ରକୁ ତକିଆ ତଳେ ରଖିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ ।

Leave A Reply

Your email address will not be published.