ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ କୌଣସି ମନି ଲଣ୍ଡ୍ରିଂ କେସ ରୁଜୁ କରାଯାଇ ନାହିଁ ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ୍ସସାଇଜ ସ୍କାମରେ ପଶିଥିବା ମନୀଷଙ୍କୁ ଏଥିନେଇ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଏଏନଆଇ ରିପୋର୍ଟ ଅନୁସାରେ ଇଡିର ଆଡିଶନାଲ ଡାଇରେକ୍ଟର ସୋନିୟା ନାରଙ୍ଗ ଆପ ନେତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ କେସ ରୁଜୁ କରାଯାଇଛି ବୋଲି କହିଥିଲେ । ମାତ୍ର ଅଧ ଘଂଟା ପରେ ସେ ଏହାକୁ ଖଣ୍ଡନ କରିଛନ୍ତି । ୩ ଦିନ ପୂର୍ବେ ଏକ୍ସସାଇଜ ସ୍କାମରେ ସିସୋଡିଆଙ୍କ ବାସଭବନ ସମେତ ୭ ରାଜ୍ୟର ୨୧ ସ୍ଥାନରେ ସିବିଆଇ ଚଢ଼ାଉ କରିଥିଲା । ଯାଂଚ ଏଜେନ୍ସି ସେମାନଙ୍କ ପରିବାର ସଦସ୍ୟଙ୍କ ଫୋନ ଏବଂ ଲ୍ୟାପଟପ ଜବତ କରି ନେଇଥିଲେ । ଏହା ପରେ ମନୀଷଙ୍କ ବିରୋଓରେ ସିବିଆଇ କେସ ରୁଜୁ କରିଥିଲା । ଅପରପକ୍ଷରେ ଆପକୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରିଥିଲା ବୋଲି ମନୀଷ କହିଛନ୍ତି । ଏବେ ଏହାକୁ ରାଜନୀତି ସରଗରମ ଜୋର ଧରିଛି ।
BREAKING NEWS
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
- ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
- Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
- ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
- Suspected gang war: ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା; ଗ୍ୟାଙ୍ଗ ୱାର ସନ୍ଦେହ…
- ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି
- IED Blast: ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଆହତ
- ଫୁଟବଲ୍ ପଡ଼ିଆରେ ଆଖିବୁଜା ଗୁଳିମାଡ଼, ୧୧ ମୃତ
Comments are closed.