ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ କୌଣସି ମନି ଲଣ୍ଡ୍ରିଂ କେସ ରୁଜୁ କରାଯାଇ ନାହିଁ ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ୍ସସାଇଜ ସ୍କାମରେ ପଶିଥିବା ମନୀଷଙ୍କୁ ଏଥିନେଇ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଏଏନଆଇ ରିପୋର୍ଟ ଅନୁସାରେ ଇଡିର ଆଡିଶନାଲ ଡାଇରେକ୍ଟର ସୋନିୟା ନାରଙ୍ଗ ଆପ ନେତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ କେସ ରୁଜୁ କରାଯାଇଛି ବୋଲି କହିଥିଲେ । ମାତ୍ର ଅଧ ଘଂଟା ପରେ ସେ ଏହାକୁ ଖଣ୍ଡନ କରିଛନ୍ତି । ୩ ଦିନ ପୂର୍ବେ ଏକ୍ସସାଇଜ ସ୍କାମରେ ସିସୋଡିଆଙ୍କ ବାସଭବନ ସମେତ ୭ ରାଜ୍ୟର ୨୧ ସ୍ଥାନରେ ସିବିଆଇ ଚଢ଼ାଉ କରିଥିଲା । ଯାଂଚ ଏଜେନ୍ସି ସେମାନଙ୍କ ପରିବାର ସଦସ୍ୟଙ୍କ ଫୋନ ଏବଂ ଲ୍ୟାପଟପ ଜବତ କରି ନେଇଥିଲେ । ଏହା ପରେ ମନୀଷଙ୍କ ବିରୋଓରେ ସିବିଆଇ କେସ ରୁଜୁ କରିଥିଲା । ଅପରପକ୍ଷରେ ଆପକୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରିଥିଲା ବୋଲି ମନୀଷ କହିଛନ୍ତି । ଏବେ ଏହାକୁ ରାଜନୀତି ସରଗରମ ଜୋର ଧରିଛି ।
BREAKING NEWS
- Snake in Toilet: ଶୌଚାଳୟ ପ୍ୟାନ୍ ଭିତରେ ଲୁଚିଥିଲା ୭ ଫୁଟ୍ର ବିଷଧର ସାପ, ଭୟରେ ଥରିଲା ପୂରା ପରିବାର…ଭିଡିଓ ଭାଇରାଲ୍
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବଢୁଛି ବନ୍ୟା ଆଶଙ୍କା…
- US Fentanyl Crisis: ଆମେରିକା ନିଦ ହଜାଇଲାଣି ଭାରତର ଏହି ସହର…!
- ପେଟରେ ଫସିଥିବା ଗ୍ୟାସ୍ ଯନ୍ତ୍ରଣାର କାରଣ ଏବଂ ଏଥିରୁ ମୁକୁଳିବାର ସହଜ ଉପାୟ
- ଲାଭ ବଢ଼ାଇବା ଲକ୍ଷ୍ୟରେ ଜେପ୍ଟୋ: ବଢ଼ିଲା ଫ୍ରି ଡେଲିଭରି ପାଇଁ ସର୍ବନିମ୍ନ ଅର୍ଡର ମୂଲ୍ୟ
- ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା
- ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ
- ଆମେରିକା-ଇରାନ ଯୁଦ୍ଧ ଆଶଙ୍କା: କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର
- ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ
- ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଚୀନ୍, ତୀବ୍ରତା ୫.୬

Comments are closed.