Latest Odisha News

ବିଶ୍ୱରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ: ବଢିଲା ଖାଇବା ତେଲ ଦର

ଭୁବନେଶ୍ୱର: ଖାଇବା ତେଲ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଯେତେ ଗଚ୍ଛିତ ରଖି ହେବ ଭଲ। କାରଣ ମଧ୍ୟପ୍ରାଚ୍ୟରେ ତେଜୁଛି ଯୁଦ୍ଧ। ଖାଇବା ତେଲ ଆମଦାନୀ ନେଇ ବଢିଲା ଚିନ୍ତା। ବଢିଲା ରିଫାଇନ୍ ଓ ପାଲିନ୍ ତେଲ ଦର।ସରକାରଙ୍କର କୌଣସି ନିୟମ ନାହିଁ କହିଲେ ଓଡ଼ିଶା ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।

ତୈଳ ଦର ବୃଦ୍ଧି ନେଇ ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସମ୍ପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ମାର୍କେଟ୍ ରେ ଦୈନିକ ହଜାରେ ରୁ ୧୨୦୦ ଟନ୍ ରିଫାଇନ୍ ଓ ପାମଲିନ ତେଲର ଆବଶ୍ୟକତା ରହିଛି। ବର୍ତ୍ତମାନ ଓଡ଼ିଶାରେ ୧୫ ରୁ ୨୦ ଦିନ ପାଇଁ ତେଲ ମହଜୁଦ ଅଛି। ଆଗାମୀ ଦିନରେ ଏହା କମିଯାଇ ପାରେ। ଯେଉଁମାନେ ବାହାର ଦେଶରୁ ଆମଦାନୀ କରୁଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ତୈଳ ଆମଦାନୀ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି।

ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସମ୍ପାଦକ ପୁଣି କହିଛନ୍ତି ଯେ, ରିଫାଇନ ତେଲ ବିଶେଷ କରି ସନଫ୍ଲାୱାର ତେଲରେ ଲିଟର ପିଛା ୫ ଟଙ୍କା ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଆମଦାନୀ କମ୍ପାନୀ ଉପରେ ତୀକ୍ଷଣ ନଜର ରଖିବା ଦରକାର । ଏହା ସହ ସରକାର କଳାବାଜର ଉପରେ ଧ୍ୟାନ ଦେବା ଦରକାର। ବର୍ତ୍ତମାନ ପାଇଁ ତେଲ ମହଜୁଦ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ହେଲେ ଅଧିକ ଦିନ ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ପଡ଼ିବ। ତେବେ ରିଫାଇନ୍ ତେଲ ଛାଡ଼ିଦେଲେ ସୋରିଷ, ବାଦାମ ତେଲ ପ୍ରଚୁର ଅଛି। ଏହାର ଦାମ୍ ମଧ୍ୟ କମ୍ ଅଛି।

Leave A Reply

Your email address will not be published.