Latest Odisha News

BREAKING NEWS

ଜେଲ୍ ଯିବା ବେଳେ ଖଗେଶ୍ବର କ’ଣ ମିଛ କହିଲେ?

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ଦ୍ବାରା ଗିରଫ ହୋଇଛନ୍ତି ବ୍ୟବସାୟୀ ଖଗେଶ୍ବର ପାତ୍ର। ଆଜି ତୃତୀୟ ଥର ପାଇଁ ଇଡ଼ି ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ତେଣୁ ଖଗେଶ୍ୱର ଏବେ ବିଚାରବିଭାଗୀୟ ହେପାଜତକୁ ଯାଇଛନ୍ତି।

ତେବେ ଆଜି କୋର୍ଟରେ ହାଜର ହୋଇ ଫେରିବା ପରେ ଖଗେଶ୍ବର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ସେ ନିର୍ଦୋଷ।କାହାଠାରୁ ସେ  ଟଙ୍କାଟିଏ ନେଇ ନାହାନ୍ତି। ଶ୍ରଦ୍ଧାଞ୍ଜଳିକୁ ସେ ଚିହ୍ନନ୍ତି ନାହିଁ। ଏହି ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ସେ କାହାକୁ ସହଯୋଗ କରିନାହାନ୍ତି ବୋଲି ସଫେଇ ରଖିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅର୍ଚ୍ଚନା ଜଗବନ୍ଧୁଙ୍କ ସାଙ୍ଗ ହେଲା ଖଗେଶ୍ୱର। ଆଉ ଅଭିଯୋଗ ଅନୁଯାୟୀ ଅର୍ଚ୍ଚନାଙ୍କ ହନିଟ୍ରାପ ବ୍ୟବସାୟ ପଛରେ ଶ୍ରଦ୍ଧାଞ୍ଜଳିଙ୍କ ବଡ ଭୂମିକା ରହିଛି। ଏପରି ସ୍ଥିତିରେ ଖଗେଶ୍ବର କେମିତି ଚିହ୍ନିପାରିଲାନି ଶ୍ରଦ୍ଧାଞ୍ଜଳିଙ୍କୁ? ନା ଲୋକଲଜ୍ୟା ଓ ପରିବାରର ସମ୍ମାନକୁ ଆଖି ଆଗରେ ରଖି ଗଣମାଧ୍ୟମ ଆଗରେ କଞ୍ଚା ମିଛ କହିଦେଲେ?

ନଭେମ୍ବର ୧୧ ତାରିଖ ଦିନ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖିଥିଲେ ଖଗେଶ୍ବର ପାତ୍ର। ଏହାପରେ ସେ ଇଡି ଦ୍ୱାରା ଗିରଫ ହୋଇଥିଲେ। ପରେ ଇଡି ୧୦ ଦିନିଆ ରିମାଣ୍ଡରେ ନେଇଥିଲେ। ପରେ ନଭେମ୍ବର ୨୧ ତାରିଖ ଦିନ ତିନି ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ପରେ ଆଜି କୋର୍ଟରେ ହାଜର କରିଥିଲା ଇଡି।

Comments are closed.