Latest Odisha News

BREAKING NEWS

ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ । ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଦଶମ ସମେଟିଭ୍ ପରୀକ୍ଷା କରିଛୁ ।

କରୋନା ସଂକ୍ରମଣ ଏବେ ତଳମୁହାଁ ରହିଛି । ଭାରତରେ ସେ ବିଷୟରେ ସମୀକ୍ଷା ଚାଲିଛି । ଆଗକୁ ଯଦି ପିରିସ୍ଥିତି ଖରାପ ହୁଏ ସରକାର ଅଲଗା ଚିନ୍ତା କରିବେ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁକିଛି ଠିକ ହୋଇଯିବ ବୋଲି ଆମେ ଆଶାବାଦୀ ଅଛୁ । ତେଣୁ ପିଲାମାନେ ପ୍ରସ୍ତୁତ ରୁହ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Comments are closed, but trackbacks and pingbacks are open.