Latest Odisha News

BREAKING NEWS

ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା

ଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଓଡ଼ିଶା ସରକାର ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପତ୍ର ଲେଖି ଜଣାଇବା ପରେ ପରେ ଏଭଳି ନିଷ୍ପତ୍ତି ହୋଇଛି ।

କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ କରିବାକୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ। ଯାହା ଫଳରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।

Comments are closed, but trackbacks and pingbacks are open.