Latest Odisha News

BREAKING NEWS

ବିଶ୍ୱକପ ହକି ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅବସରରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଘ୧.୩୦ମିନିଟ୍ ଠାରୁ ବନ୍ଦ ରହିବ ।

ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ନଭେମ୍ବର୨୭ ତାରିଖ ଦିନ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ନିମନ୍ତେ ଅପରାହ୍ନ ଘ୧.୩୦ମିନିଟ୍ ଠାରୁ ବନ୍ଦ ରହିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ନଭେମ୍ବର ୨୮ ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟ ଅପରାହ୍ନ ଘ୧.୩୦ମିନିଟ୍ ଠାରୁ ବନ୍ଦ ରହିବ ।

Leave A Reply

Your email address will not be published.