Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ନୀତି: ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ: ଶ୍ରୀକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାରମ୍ପରିକ ଗୁପ୍ତନୀତି ଲାଗି ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନାନୁଯାୟୀ, ସୋମବାର ଦିନ ସିଂହାରୀ ସେବାୟତଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ସୋମବାର ଦିନ ସନ୍ଧ୍ୟା ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେଉଥିବା ଯୋଗୁଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ । ଏହି ସମୟରେ କୌଣସି ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ଅନୁମତି ପ୍ରଦାନ କରାଯିବ ନାହିଁ ।

ଶ୍ରୀଜୀଉମାନଙ୍କର ଏହି ପାରମ୍ପରିକ ପଇତାଲାଗି ସେବା ନୀତି ସମାପ୍ତ ହେବା ପରେ ମଙ୍ଗଳବାର ଦିନ ବନକଲାଗି ରୀତି ଅନୁଷ୍ଠିତ ହେବ । ଏହି ପାରମ୍ପରିକ ରୀତି ମଙ୍ଗଳବାର ସନ୍ଧ୍ୟା ୫ଟା ଠାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମୟରେ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାଲାଗି ଅନୁମତି ଦିଆଯିବ ନାହିଁ ।

Leave A Reply

Your email address will not be published.