ଭୁବନେଶ୍ୱର : ସାଇ ଇଣ୍ଟରନାସନାଲ ସ୍କୁଲ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ନମ୍ବର ୧ ବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି l
ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ସାଇ ଇଣ୍ଟରନାସନାଲ ସ୍କୁଲକୁ ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ ୨୦୨୧-୨୨ଦ୍ୱାରା ନମ୍ବର ୧ ସ୍କୁଲ ଭାବେ ସ୍ଥାନୀତ କରାଯାଇଛି । ଚଳିତ ବର୍ଷ ସାଇ ଇଣ୍ଟରନାସନାଲ ସ୍କୁଲ ନମ୍ବର ୧ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଡିପିଏସ ଆରକେ ପୁରମ୍ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ମଡର୍ଣ୍ଣ ସ୍କୁଲ ରହିଛି ।
ପ୍ରତିବର୍ଷ ଏଜୁକେସନ ୱାର୍ଲଡ ଦେଶର ୧୦୦୦ରୁ ଅଧିକ ବିଦ୍ୟାଳୟକୁ ମାନ୍ୟତା ଦେଇଥାଏ। ଆଉ ଏହା ମଧ୍ୟରେ ସାଇ ଇଣ୍ଟରନାସନାଲ ତାର ସ୍ଥାନ ବଜାୟ ରଖିଛି । ଅନ୍ ଲାଇନ କ୍ଲାସରୁ ଆରମ୍ଭ କରି ,ଏକାଡେମିକ୍ ପ୍ରତିଷ୍ଠା , ଅଭିଭାବକ ମାନଙ୍କର ଯୋଗ ଦାନ, ଛାତ୍ରଛାତ୍ରୀ ମାନଙ୍କ ପ୍ରତି ବିଶେଷ ଗୁରୁତ୍ୱ ସହିତ ଦକ୍ଷତା ସମ୍ପନ୍ନ ଅଧ୍ୟାପକ ମାନଙ୍କ ପାଇଁ ସ୍କୁଲ ବେଶ୍ ଆଗରେ ରହିଛି ।
ସେହିଭଳି କରୋନା ମହାମାରୀ ସମୟରେ ଛାତଛାତ୍ରୀ ମାନଙ୍କ ଭବିଷ୍ୟତ ଚିନ୍ତାଜନକ ରହିଥିଲା। ମହାମାରୀ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଆଉ ଏହି ସଙ୍କଟ ଜନକ ସ୍ଥିତିରେ ଏହି ବିଦ୍ୟାଳୟ ତାର ଶିକ୍ଷାଦାନ ଜାରି ରଖିଥିଲା।
ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ପାଠ୍ୟକ୍ରମ ଅନଲାଇନ ମାଧ୍ୟରେ ଦିଆଯାଇଥିଲା। କରୋନା ସମୟରେ ବି ପିଲାମାନେ ଘରେ ରହି ସଠିକ୍ ଭାବେ ଶିକ୍ଷାଲଭ କରିପାରିଥିଲେ। ଏନେଇ ସାଇ ଇଣ୍ଟରନାସନାଲ ଏଜୁକେସନ ଗ୍ରୁପର ଚେୟାରମ୍ୟାନଙ୍କ ଉଦ୍ୟମକୁ ବେଶ୍ ପ୍ରଶାଂସା କରାଯାଇଥିଲା । ଅଭିନବ ଢଙ୍ଗରେ ଶିକ୍ଷା ଆଉ ଶିକ୍ଷା ଦାନର ପ୍ଲାଟଫର୍ମ ପାଲଟିଥିବା ଏହି ବିଦ୍ୟାଳୟରେ ଶିକ୍ଷାର ମାନଦଣ୍ଡ ସ୍ଥିର ରହିଛି । ଯାହାପାଇଁ ପୁଣିଥରେ ଏହି ସ୍କୁଲକୁ ପୁରସ୍କୃତ କରାଯାଇଛି ।
ତେବେ ସାଇ ଇଣ୍ଟରନାସନାଲ ସ୍କୁଲର ଏହି ସଫଳତା, ଛାତ୍ରଛାତ୍ରୀଙ୍କଠାରୁ ନେଇ ଶିକ୍ଷକ ଆଉ ଅଭିଭାବକ ମାନଙ୍କ ପାଇଁ ବେଶ୍ ଖୁସି ଆଣି ଦେଇଛି। ଏହା ଏମିତି ଏକ ବିଦ୍ୟାଳୟ ଯାହା ହଜାର ହଜାର ସଂଖ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ସ୍ୱପ୍ନ ପୂରଣ କରିପାରିବ ବୋଲି କୁହାଯାଇଛି।
ସ୍କୁଲକୁ ମିଳିଥିବା ଏହି ସଫଳତା ଆଉ ସମ୍ମାନ ବିଦ୍ୟାଳୟକୁ ଆଗକୁ ନେବାକୁ ପ୍ରେରଣା ଯୋଗାଇବ । . . .
Comments are closed.