Latest Odisha News

ହୃଦରୋଗ ଆଶଙ୍କା କମ୍ କରିବ ଅଖରୋଟ

ଭୁବନେଶ୍ୱର : ନିଜକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ। ଏବେ ଆପଣ ଅଖରୋଟ ଖାଇଲେ ନଜକୁ ହୃଦ ରୋଗ କବଳରୁ ରକ୍ଷା କରିପାରିବେ।ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ । କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି ବାର୍ସିଲୋନାର ଗବେଷକମାନେ ସେମାନଙ୍କର ଗବେଷଣାରେ ଏହି ଦାବି କରିଛନ୍ତି ।

ଅନେକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ ଅଖରୋଟ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ହ୍ରାସ କରିଥାଏ। ଅଖରୋଟରେ ଥିବା ଓମେଗା -3 ଫ୍ୟାଟି ଏସିଡ୍ କ୍ଷତିରୁ ରକ୍ଷା କରିଥାଏ । ଆମେରିକୀୟ ହାର୍ଟ ଆସୋସିଏସନ ଅନୁଯାୟୀ, ଅଖରୋଟରେ ଓମେଗା -3 ଫ୍ୟାଟି ଏସିଡର ମାତ୍ର ଅଧିକ ରହିଛି ଯାହା ସାଧାରଣତଃ ମାଛରେ ମିଳିଥାଏ।

ଏହି ଓମେଗା -3 ଫ୍ୟାଟି ଏସିଡ୍ ହୃଦୟକୁ ସୁସ୍ଥ ରଖିବା ପାଇଁ କାମ କରେ। ଅଖରୋଟ ଲୋ-ଡେଂସିଟି ଲିପୋପ୍ରୋଟେନ୍ ର ବିପଦକୁ ହ୍ରାସ କରିବା ସହ ବିପଦ କମ କରିଥାଏ । ଗବେଷକ ଏମିଲିଓ ରୋସ କହିଛନ୍ତି ଯେ ମହିଳା ଏବଂ ପୁରୁଷଙ୍କଠାରେ କୋଲେଷ୍ଟ୍ରଲ ହ୍ରାସ କରିବାର ପଦ୍ଧତି ଭିନ୍ନ ଭିନ୍ନ ଥିଲା ।

ପୁରୁଷମାନଙ୍କ ମଧ୍ୟରେ କୋଲେଷ୍ଟ୍ରଲ ସ୍ତର ୭.୯ ପ୍ରତିଶତ ଏବଂ ମହିଳାମାନଙ୍କରେ ୨.୬ ପ୍ରତିଶତ ହ୍ରାସ ପାଇଥିଲା। ଏହାର କାରଣ ସ୍ପଷ୍ଟ ଭାବେ ସାମ୍ନାକୁ ଆସିପାରିନାହିଁ ।

Leave A Reply

Your email address will not be published.