Latest Odisha News

BREAKING NEWS

ପ୍ରାକୃତିକ ଉପାୟରେ ନିଜ ଓଠକୁ କିପରି କରିବେ ଲାଲ୍, ଜାଣନ୍ତୁ

ଭୁବନେଶ୍ୱର: ଶରୀର ସୂକ୍ଷ୍ମ ତ୍ୱଚା ମଧ୍ୟରୁ ଓଠ ଅନ୍ୟତମ। ତେବେ ଓଠରେ ଚମଡାର ପରସ୍ତ ବହୁତ ପତଳା ହୋଇଥାଏ। ତେଣୁ ରକ୍ତର ଗୋଲାପୀ ରଙ୍ଗ ଓଠରେ ଅତି ସହଜରେ ବାରି ହୋଇ ପଡେ। ତେବେ ଆମେ ଅପ୍ରାକୃତିକ କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ଏହାର ପ୍ରାକୃତିକ ରଙ୍ଗକୁ ନଷ୍ଟ କରି ଦେଇଥାଉ।

ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି  ୬୦% ଲିପିସ୍ଟିକ ବିଷାକ୍ତ, ଯାହାକି ଆପଣଙ୍କ ସ୍ମୃତିଶକ୍ତି ହ୍ରାସ କରିଥାଏ ।ତେଣୁ ଲିପିସ୍ଟିକ ବଦଳରେ ଆମେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦରକାର ନିଜ ଓଠକୁ ଗୋଲାପୀ ରଖିବାକୁ।

ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ ।କିନ୍ତୁ ସବୁବେଳେ ଲିପିସ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏଥିରେ ବହୁତ କେମିକାଲ ରହିଥାଏ ।

ତେଣୁ ଲାଲ ଓଠ ପାଇଁ କିଛି ଘରୋଇ ଉପଚାର ଜାଣି ରଖନ୍ତୁ…

ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଆନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ଓଠକୁ ନରମ ରଖିବ| ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ହୋଇଯିବ ।

କିଛି ଲାଲ ଗୋଲାପ ଫୁଲର ପାଖୁଡାକୁ ଚିକଣ କରି ବାଟି ଦିଅନ୍ତୁ । ଏହାକୁ ମହୁ ସହ ମିଶାଇ ଓଠରେ ସବୁଦିନ ମାଲିସ କରନ୍ତୁ ।ଏହା କିଛି ଦିନ ମଧ୍ୟରେ ଆପଣଙ୍କ ଓଠକୁ ଲାଲ କରିଦେବ।

ଗୋଟିଏ ଲେମ୍ବୁକୁ ଦୁଇ ଭାଗରେ କାଟନ୍ତୁ ଓ ସେଥିରୁ କିଛି ପରିମାଣରେ ରସ ବାହାର କରି କଟା ଲେମ୍ବୁକୁ ଓଠରେ ମାଲିସ କରନ୍ତୁ।ଏମିତି ଦିନକୁ ଦୁଇ ଥର କରିଲେ କିଛି ଦିନ ଭିତରେ ଆପଣଙ୍କ ଓଠର କଳା ଦାଗ ଦୂର ହୋଇଥାଏ ।

Leave A Reply

Your email address will not be published.