Latest Odisha News

BREAKING NEWS

ଏହିପରି କରନ୍ତୁ ମାଆ ଗଜଲକ୍ଷ୍ମୀଙ୍କ ଆବାହନ, ଧନଧାନ୍ୟରେ ଭରି ଯିବ ଘର !

ଭୁବନେଶ୍ୱର: ଧନ, ଶାନ୍ତି ଓ ପ୍ରେମର ପ୍ରତୀକ ହେଉଛନ୍ତି ମାଆ ଲକ୍ଷ୍ମୀ। ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଧନ, ଯଶ ଓ ବୈଭବ ଆଦି ମିଳିଥାଏ ।

BjdElectrycity

ଶାସ୍ତ୍ରମତେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି । ଏହି ବିଧିକୁ ରୀତିନୀତିରେ କରିବା ଦ୍ୱାରା ମା’ଙ୍କ କୃପା ଲାଭ ହୋଇଥାଏ ।

ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ ଖଟୁଲିରେ ରଖି ସାଲୁକନା ଦ୍ୱାରା ସୁସଜ୍ଜିତ କରନ୍ତୁ

ପରେ ଖଟୁଲି ନିକଟରେ ଏକ ଧାନକେଣ୍ଡା ଏବଂ ମା’ଙ୍କ ପାଖରେ ରୂପା ଟଙ୍କା ରଖି ପୂଜା କରନ୍ତୁ, ଲୋକକଥାନୁ ଯାୟୀ ଏପରି କଲେ ଘରେ କେବେବି ଧନର ଅଭାବ ପଡିନଥାଏ ।

ମା’ଙ୍କ ଫଟୋକୁ ସବୁବେଳେ ପୋଷାକରେ ଆଚ୍ଛାଦିତ କରି ରଖନ୍ତୁ, ଯାହାଫଳରେ ଘରେ କୌଣସି ଦ୍ରବ୍ୟର ଅଭାବ ହୁଏ ନାହିଁ ।

ଏପରିକି ମାତା ଲକ୍ଷ୍ମୀଙ୍କ ସହ ବିଷ୍ଣୁ ଭଗବାନଙ୍କୁ ଏକାଠି ପୂଜା କଲେ ପରିବାରର ସମସ୍ତ ଦୁଃଖ କଷ୍ଟ ଦୂରେଇ ଯାଇଥାଏ ।

ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଧନ ସହ ବୁଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ ।

ଧଳା ଓ ଗୋଲାପି ମିଶା କପଡା ପିନ୍ଧିକରି ମା’ଙ୍କ ପୂଜା କଲେ ଅଧିକ ସୁଫଳ ମିଳିଥାଏ ।

Leave A Reply

Your email address will not be published.