Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସଭାସ୍ଥଳୀରେ ଅଣ୍ଡାମାଡ

କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତଙ୍କ ସଭାସ୍ଥଳୀରେ ଅଣ୍ଡାମାଡ଼ ହୋଇଛି । ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତ କଟକ ଜିଲ୍ଲା ନିଆଳୀ ହାଇସ୍କୁଲ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ତେବେ ଯାହାବିହେଉ, ସଭା ଚାଲିଥିବା ବେଳେ ଅଣ୍ଡା ଫିଙ୍ଗାଯାଇଥିଲେ ମଧ୍ୟ ତାହା ଅତିଥିମାନେ ବସିଥିବା ମଞ୍ଚ ଉପରେ ପଡ଼ିନଥିଲା । ଅଣ୍ଡା ଫିଙ୍ଗିଥିବା ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଅଣ୍ଡା ଫିଙ୍ଗି ତୁରନ୍ତ ସେଠାରୁ ଫେରାର୍ ହୋଇଯାଇଥିଲା ।

ସେହି ସଭାସ୍ଥଳ ନିକଟରେ ୨୦୦ରୁ ଅଧିକ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ ପ୍ଲାକାର୍ଡ଼ ଧରି ତଥା ବିଭିନ୍ନ ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା । ତେବେ ସଭାସ୍ଥଳରେ ଯେଉଁ ଅଙ୍ଗନୱାଡ଼ି କର୍ମୀମାନେ ପ୍ଲାକାର୍ଡ଼ ଧରି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ସେଥିରେ ଲେଖାଥିଲା ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି’ । କିଛି ବ୍ୟକ୍ତି ମଧ୍ୟ ସଭାକୁ ବିରୋଧ କରୁଥିବାର ଦେଖାଯାଇଥିଲା, ପରେ ପୋଲିସ ଦ୍ୱାରା ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

ଦୁର୍ନୀତି ବିରୋଧରେ ଏକ ଜନସମାବେଶର ଆୟୋଜନ ହୋଇଥିଲା । ଏହି ସଭାରେ ବରିଷ୍ଠ ନେତା ଡ଼ା ଦାମୋଦର ରାଉତ, କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ସଭାମଞ୍ଚରେ ଅତିଥିଭାବେ ଉପସ୍ଥିତ ଥିଲେ ।

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ପୂର୍ବରୁ ଯାଜପୁରରେ ଅନୁଷ୍ଠିତ ଏକ ଦଳୀୟ ସଭାରେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉଦ୍ଦେଶ୍ୟରେ ସେତେବେଳେ ‘ସ୍ୱାମୀ ଛାଡ଼ି, ଅଙ୍ଗନବାଡ଼ି’ ପରି ଏକ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବାର ଅଭିଯୋଗ ହୋଇଥିଲା । ଦାମଙ୍କ ଏପରି ଟିପ୍ପଣୀ ସେତେବେଳେ ଅଙ୍ଗନୱାଡ଼ି କର୍ମୀଙ୍କୁ ଖୁବ୍ ବ୍ୟଥିତ କରିଥିଲା ।

Leave A Reply

Your email address will not be published.