Latest Odisha News

BREAKING NEWS

କାର୍ତ୍ତିକ ହବିଷ୍ୟାଳୀ ବ୍ରତ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଚଳିତ ବର୍ଷର କାର୍ତ୍ତିକ ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପୁରୀଠାରେ ସମବେତ ହବିଷ୍ୟାଳୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, “କାର୍ତ୍ତିକ ବ୍ରତ ପାଇଁ ପୁରୀଠାରେ ହବିଷ୍ୟାଳୀମାନଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା କରାଯାଇଛି ।

ହବିଷ୍ୟାଳୀମାନଙ୍କର ପୁରୀଠାରେ ରହଣୀ, ମହାପ୍ରଭୁଙ୍କ ଦର୍ଶନ ଏବଂ ମହାପ୍ରସାଦ ସେବନ ଆଦିର ସୁବନ୍ଦୋବସ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କ ଯତ୍ନ ନିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମର ସବୁ ଭଲ କାମ ସହିତ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି ।” ତେଣୁ ଆପଣମାନେ ଶାନ୍ତିରେ ବ୍ରତ କରନ୍ତୁ ଓ ପୂଣ୍ୟ ଲାଭ କରନ୍ତୁ” ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିବାବେଳେ ପୁରୀଠାରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ରହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପୁରୀରେ ହବିଷ୍ୟାଳୀମାନଙ୍କ ରହିବା ସହିତ ଦର୍ଶନ, ପ୍ରସାଦ ସେବନ, ପ୍ରବଚନ ଏବଂ ଚିକିତ୍ସା ଆଦିର ସୁବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.