Latest Odisha News

BREAKING NEWS

ସଲମାନ୍ ଖାନଙ୍କ ଘରେ ବାଜିବ ସାହାନାଇ !

ମୁମ୍ବାଇ: ବଲିଉଡ଼ରେ ଏଯାଏଁ କୁଆଁରା ରହିଥିବା ସଲମାନ୍ ଖାନଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜାରି ରହିଥାଏ । ମାତ୍ର ଶୁଣିବାକୁ ମିଳୁଛି ସଲ୍ଲୁଭାଇଙ୍କ ବାହାଘର କଥା ନଉଠିଥିଲେ ବି ତାଙ୍କ ଘରେ କିନ୍ତୁ ବାହାଘର ହେବ, ସାହାନାଇ ବାଜିବ ।  ଭାଇ ଅରବାଜ୍ ଖାନ ଦ୍ୱିତୀୟ ବିବାହ କରିବାର ସମ୍ଭାବନା ଏବେ ନିଶ୍ଚିତ ହୋଇଛି ।

ମାନେ, ଯେବେଠାରୁ ବଲିଉଡ୍ ଅଭିନେତା ଅରବାଜ୍ ଖାନ ଅଭିନେତ୍ରୀ ପତ୍ନୀ ମଲାଇକା ଅରୋରାଙ୍କୁ ଛାଡ଼ପତ୍ର ଦେଇଛନ୍ତି ସେବେ ଠାରୁ ହିଁ ଅରବାଜ୍ ଖାନ ଆଉ ଜଣଙ୍କ ସହିତ ମଧ୍ୟ ଡେଟ୍ କରୁଛନ୍ତି । ଭାଇ ଅରବାଜ୍ ଯାହାଙ୍କ ସହ ଡେଟ୍ କରୁଛନ୍ତି ସେ ହେଉଛନ୍ତି ଜର୍ଜିଆ ଆଣ୍ଡ୍ରିଆନି ।

ସଲ୍ଲୁଙ୍କ ସାନଭାଇ ଅରବାଜ୍ ଏବଂ ଆଣ୍ଡ୍ରିଆନିଙ୍କୁ ଅନେକ ସମୟରେ ଭିନ୍ନ ଭିନ୍ନ ଯାଗାରେ ଏକାଠି ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ସଲଖାନଙ୍କ ଘରେ ନିକଟରେ ପାଳିତ ହୋଇଥିବା ଏକ ଫ୍ୟାମିଲି ଫଙ୍କସନରେ ମଧ୍ୟ ଉଭୟ ଏକାଠି ରହିଥିଲେ । ଅରବାଜ୍ ଖାନ-ଜର୍ଜିଆ ଆଣ୍ଡ୍ରିଆନିଙ୍କ ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଅବଶ୍ୟ ଚାଲିଛି ।

ଏପରିକି ଅରବାଜ୍ ତାଙ୍କ ପ୍ରେମିକା ଆଣ୍ଡ୍ରିଆନିଙ୍କ ସହିତ ବୁଲାବୁଲି କଲାବେଳେ ପୁଅ ଆରହାନ୍ ମଧ୍ୟ ସେମାନଙ୍କ ସହିତ ରହିଥିଲେ ।

ହେଲେ ଏବେ ଉଭୟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ଆଗକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇପାରେ । କାହିଁକି ନା ଆସନ୍ତା ବର୍ଷ ଅର୍ଥାତ୍ ଫେବୃୟାରୀରେ ଅରବାଜ୍ ଖାନ ଓ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା କଥା ଶୁଣିବାକୁ ମିଳୁଛି ।

ଏକ ରିପୋର୍ଟ ମୁତାବକ, ଉଭୟେ କୋର୍ଟ ମ୍ୟାରେଜ୍ କରିବା ପାଇଁ ଜୋରଦାର ମଧ୍ୟ ଯୋଜନା କରୁଛନ୍ତି । କାରଣ ଏହି ସମ୍ପର୍କକୁ ଉଭୟ ପରିବାର ପକ୍ଷରୁ ସମ୍ମତି ବି ପୂର୍ବରୁ ମିଳିସାରିଛି ।

ଜର୍ଜିଆ ଆଣ୍ଡ୍ରିଆନି ହେଉଛନ୍ତି ଜଣେ ବିଦେଶୀ ଝିଅ । ଅରବାଜଙ୍କ କଥା ଯଦି ପଡ଼େ, ତେବେ ସେ ଏବେ ତାଙ୍କର ଆଗାମୀ ସିନେମା ‘ଦବଙ୍ଗ୍-୩’କୁ ନେଇ ବ୍ୟସ୍ତ ଅଛନ୍ତି । କାରଣ ଏହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.