Latest Odisha News

ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ଅଣ୍ଡାମାଡ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଅଣ୍ଡାମାଡ । ଗୋଳମୁଣ୍ଡା ମହାବିଦ୍ୟାଳୟର ଏକ ଉତ୍ସବକୁ ଯାଉଥିବାବେଳେ କିଛି ଯୁବକ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିବା ଜଣାପଡିଛି । ଏହା ସହ କଳା ପତାକା ଦେଖାଇ ଦିବ୍ୟଶଙ୍କର ମିଶ୍ର ଗୋ’ ବ୍ୟାକ୍‌ ନାରା ଦେଇଥିଲେ ।

ଅଣ୍ଡା ମାଡ଼ ପରେ ଯୁବକମାନେ ସେ ସ୍ଥାନ ଛାଡି ପଳାଇଥିଲେ । ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଥିଲେ ତାହା ଜଣାପଡ଼ି ନାହିଁ । ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ଅନ୍ୟପଟେ କିନ୍ତୁ ନିର୍ଦ୍ଧାରିତ ସମୟରେ ମହାବିଦ୍ୟାଳୟରେ ସଭା କାର୍ଯ୍ୟରେ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଥିଲେ ।

Leave A Reply

Your email address will not be published.