Latest Odisha News

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆଜି ଅଣ୍ଡା ମାଡ ହୋଇଛି । ଲକ୍ଷ୍ମୀପୂଜା ଦେଖିବାକୁ ଯାଉଥିବାବେଳେ ନିର୍ବାଚନମଣ୍ଡଳୀର କୁରିକଣା ଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ି ଅଟକାଇବାକୁ ପ୍ରୟାସ କରିଥିଲେ ।

ଏହି ଅଣ୍ଡାମାଡ଼ରେ କିନ୍ତୁ ପୂର୍ବତନ ବିଧାୟକ ବଳବନ୍ତରାୟଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । କିନ୍ତୁ ଲୋକେ କାହିଁକି ତାଙ୍କ ଉପରେ ଅଣ୍ଡାମାଡ କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave A Reply

Your email address will not be published.