ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମୁଛି । ଆଉ ଦିନେ ଦୁଇ ଦିନ ଭିତରେ ସେଠାରୁ ପାଣି ଛାଡ଼ିଯିବ । ମହାନଦୀରେ ବନ୍ୟା ସ୍ଥିତି ନାହିଁ । ହୀରାକୁଦରେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଆଉ କୌଣସି ଗେଟ ଖୋଲିବ ନାହିଁ ।
ସେପ୍ଟେମ୍ବର ୨୨ ତାରିଖରୁ ରାଜ୍ୟରେ ବର୍ଷା ହେବା ନେଇ ଆକଳନ ହୋଇଥିଲେ ବି ତାହା ବନ୍ୟା ସ୍ଥିତି ସୃଷ୍ଟି କରିବନି । ଏ ନେଇ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ରହିଛି । ଏସଆରସିଙ୍କ ସହ ଯୋଗାଯୋଗରେ ରହିଛୁ । ତଳିଆ ଅଂଚଳ ଉପରେ ନଜର ରଖାଯାଇଛି । କେଉଁଠାରେ ଘାଇ ସୃଷ୍ଟି ହେବାର ଖବର ଏପର୍ଯ୍ୟନ୍ତ ଆସିନାହିଁ ।
Comments are closed.