Latest Odisha News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଛା ଜଣାଇଲେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ

ପୁରୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୩ତମ ଜନ୍ମ ଦିବସ । ମୋଦିଙ୍କ ଜନ୍ମଦିବସ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ । ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଛା ଜଣାଇଛନ୍ତି ପୁରୀ ଅଠରନଳାର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ । ୭୩ ତମ ଜନ୍ମ ଦିନ ଅବସର ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ଟି ପ୍ରତିକୃତି ତିଆରି କରି ଅଭିନବ ଢଙ୍ଗ ରେ ମୋଦିଙ୍କୁ ଜନ୍ମ ଦିନ ଶୁଭେଛା ଦେଇଛନ୍ତି।

ଏହି ଭାସ୍କର୍ଯ୍ୟ କଳା କୁ ତିଆରି କରିବାକୁ ଶ୍ରୀଧରଙ୍କୁ ଲାଗିଥିଲା ୧୫ ଦିନ । ଶ୍ରୀଧର ମୋଦିଙ୍କର ଜଣେ ବଡ ପ୍ରଶଂସକ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତିବର୍ଷ ଶ୍ରୀଧର ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ଭାସ୍କର୍ଯ୍ୟ କଳାକୃତି କରି ମୋଦିଙ୍କୁ ଶୁଭେଛା ଜଣାଇଥାନ୍ତି । ଏବିଷୟରେ ପଚାରିବାରୁ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର କୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟକାଳରେ ଭାରତର ଗୌରବ, ସମ୍ମାନ ସାରା ବିଶ୍ଵରେ ବୃଦ୍ଧି ପାଇଛି । ମୋଦି ଜି ଭାରତ କୁ ଏକ ଉନ୍ନତ ଦେଶ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ସେ ଜଣେ ସଫଳ ପ୍ରଧାନମନ୍ତ୍ରୀ । ଏଣୁ ତାଙ୍କର ଦୀର୍ଘାୟୁ କାମନା କରିବା ସହ ମୋଦିଙ୍କୁ ପ୍ରଭୁ ଜଗନ୍ନାଥ ଆହୁରି ଦେଶ ସେବା ପାଇଁ ଶକ୍ତି ଦେବାକୁ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଛନ୍ତି ।

 

 

Leave A Reply

Your email address will not be published.