Latest Odisha News

BREAKING NEWS

ସାଉଦି ଆରବରେ ଦୃଶ୍ୟମାନ୍‌ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍

ନୂଆଦିଲ୍ଲୀ: ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ଆସନ୍ତାକାଲି ତଥା ମାର୍ଚ୍ଚ ୩୧ ରେ ପାଳନ ହେବ । କିନ୍ତୁ ଏହା ପୂର୍ବରୁ ଆଜି ସାଉଦି ଆରବରେ ଇଦ୍ ପାଳନ କରାଯାଉଛି । ଗତକାଲି ସାଉଦି ଆରବରେ ପ୍ରଥମେ ଇଦ୍ ଚାନ୍ଦ ଦେଖାଯାଇଛି। ଚନ୍ଦ୍ର ଦେଖିବା ପରେ, ସାଉଦି ଆରବ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ ରବିବାର ଈଦ୍-ଉଲ୍-ଫିତର ପାଳନ କରାଯିବ। ସାଉଦି ଆରବରେ, ଭାରତ ଅପେକ୍ଷା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧ ତାରିଖରେ ରମଜାନ ଆରମ୍ଭ ହୋଇଥିଲା। ଏହି କାରଣରୁ ସାଉଦି ଆରବର ଗୋଟିଏ ଦିନ ପରେ ୩୧ ମାର୍ଚ୍ଚରେ ଭାରତରେ ଇଦ୍ ପର୍ବ ପାଳନ କରାଯିବ।

ସେପଟେ ଆମେରିକାର ନ୍ୟୁ ଜର୍ସିର ମସଜିଦ ବିଲାଲ (ମୁସଲିମ ସୋସାଇଟି ଅଫ୍ ଜର୍ସି ଶୋର) ମଧ୍ୟ ଆଜି ଇଦ ପାଳନ କରତାଯାଉଛି । କହିରଖୁଛୁ ଯେ, ପ୍ରତିଥର ଭାରତର ଗୋଟିଏ ଦିନ ପୂର୍ବରୁ ସାଉଦି ଆରବରେ ଇଦ୍ ଚାନ୍ଦ ଦେଖାଯାଏ। କିନ୍ତୁ କେବେ ଇଦ୍ ପାଳନ କରାଯିବ ତାହା ସମ୍ପୂର୍ଣ୍ଣ ଭାବରେ ଚନ୍ଦ୍ର ଦେଖିବା ଉପରେ ନିର୍ଭର କରେ।ମୁସଲମାନମାନେ ରମଜାନ ଦିନ ଜହ୍ନ ଦେଖି ଉପବାସ ଶେଷ କରନ୍ତି । ସାଧାରଣତଃ ସାଉଦି ଆରବରେ ୨୯ ଦିନ ରୋଜା ପାଳନ କରାଯାଏ କାରଣ ସମୟର ପରିବର୍ତ୍ତନ ହେତୁ ଏହି ଦେଶରେ ଗୋଟିଏ ଦିନ ପୂର୍ବରୁ ହିଁ ଜହ୍ନ ଦେଖାଯାଏ ।

ସୂଚନାଯୋଗ୍ୟ, ଇଦ୍ ମୁସଲମାନଙ୍କର ଏକ ପବିତ୍ର ପର୍ବ। ପ୍ରାୟତଃ ରମଜାନର ଶେଷ ଦିନରେ ଏହି ଦିବସଟିକୁ ପାଳନ କରାଯାଏ।ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥାନ୍ତି। ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରିଥାନ୍ତି। ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ରହିଛି।

ମୁସଲମାନମାନେ ସୂର୍ଯ୍ୟୋଦୟରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ପାଳନ କରନ୍ତି, ଏହି ସମୟ ମଧ୍ୟରେ ଉପବାସ କରୁଥିବା ଲୋକମାନେ ଦିନସାରା କିଛି ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପାଣି ପିଅନ୍ତି ନାହିଁ । ଭାରତରେ ମଧ୍ୟ ଇଦରେ ଖୁବ୍ ଉତ୍ସାହ ଦେଖିବା ପାଇଁ ମିଳିଥାଏ । ବେଶ୍ ଧୂମଧାମରେ ପାଳନ କରାଯାଏ । ଇଦ ଅବସରରେ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଭାରତରେ ରମଦାନ ସମୟରେ ଇଫତାର ପାର୍ଟିର ବହୁତ ଲୋକପ୍ରିୟତା ରହିଛି ।

Comments are closed.