Latest Odisha News

BREAKING NEWS

ଆସନ୍ତା ୧୧ରେ ରାଜ୍ୟରେ ପାଳନ ହେବ ଇଦ୍

କଟକ: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଉକ୍ତ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏକ ବୈଠକ ପରେ କମିଟି ଏହି ଘୋଷଣା କରିଛି। ସୋମବାର ଅର୍ଥାତ ଆଜି ଚନ୍ଦ୍ର ଦର୍ଶନ ହୋଇ ନଥିବାରୁ ଗୁରୁବାର ଦିନ ଇଦ୍ ପାଳନ କରିବାର ନିଷ୍ପତ୍ତି ନିଆଯାଇଛି।

ଇସଲାମିକ ଅଭ୍ୟାସ ଅନୁଯାୟୀ, ପର୍ବ ପାଳନ ପାଇଁ ଚନ୍ଦ୍ର ଦେଖିବା ବାଧ୍ୟତାମୂଳକ। ଏନେଇ କମିଟିର ସଭାପତି କହିଛନ୍ତି ଯେ, ପରମ୍ପରା ଅନୁଯାୟୀ ଯଦି ପବିତ୍ର ରମଜାନର ୨୯ତମ ଦିନରେ ଚନ୍ଦ୍ର ଦେଖା ନଦିଅନ୍ତି, ତେବେ ଆମେ ୩୦ତମ ଦିନ ଉପବାସ କରିଥାଉ ଏବଂ ପରଦିନ ଇଦ୍-ଉଲ୍-ଫିତର ପାଳନ କରିଥାଉ। ତାରିଖ ଧାର୍ଯ୍ୟ ପରେ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବୀଙ୍କ ଭିତରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ତେବେ ମଙ୍ଗଳବାର ଦିନ ଚାନ୍ଦ ଦେଖା ନଯିବାରୁ ବୁଧବାର ସାଉଦି ଆରବରେ ଇଦ୍ ପାଳନ କରାଯିବ। ସାଧାରଣତଃ ମରୁଭୂମି ଦେଶର ଗୋଟିଏ ଦିନ ପରେ ଭାରତରେ ଏହି ପର୍ବ ପାଳନ କରାଯାଏ।

Comments are closed.