Latest Odisha News

BREAKING NEWS

ଷ୍ଟେଜକୁ ଯାଉ ଯାଉ ଅର୍ଜିତଙ୍କ ପାଦ ଛୁଇଁଲେ ବାଦଶାହ

ମୁମ୍ବାଇ: ବ୍ୟାଙ୍କକରେ ଏକ ମ୍ୟୁଜିକ ଶୋରେ ଭାରତର ଦୁଇ ଲୋକପ୍ରିୟ କଳାକାରଙ୍କ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମ ବେଳେ ର‌୍ୟାପର ବାଦଶାହ ଷ୍ଟେଜକୁ ଯାଉ ଯାଉ ପ୍ରଥମେ ଅର୍ଜିତଙ୍କ ପାଦ ଛୁଇଁଥିଲେ । ବାଦଶାହଙ୍କ ବୟସ ଅର୍ଜିତଙ୍କଠାରୁ ଅଧିକ ହୋଇଥିଲେ ମଧ୍ୟ ସେ ତାଙ୍କୁ ସମ୍ମାନ ଦିଅନ୍ତି । ଅର୍ଜିତ ଗୀତ ଗାଉଥିବା ବେଳେ ଡାହଣକୁ ଓ ବାମକୁ ଅନାଉଥିଲେ । ବୋଧହୁଏ ସେ ବାଦଶାହଙ୍କୁ ଷ୍ଟେଜ ଉପରେ ଖୋଜୁଥିଲେ । ସେ ସାମାନ୍ୟ ବିଳମ୍ବରେ ଆସିଥିଲେ ମଧ୍ୟ ଉଭୟଙ୍କ କମ୍ବିନେଶନ ଷ୍ଟେଜରେ ନୂଆ ସମୀକରଣ ସୃଷ୍ଟି କରିଥିଲା ।

ଦର୍ଶକମାନେ ମଧ୍ୟ ସେମାନଙ୍କ ସଙ୍ଗୀତ ପରିବେଷଣରେ ମାତି ଯାଇଥିଲେ । ବାଦଶାହଙ୍କୁ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି । ତାଙ୍କ ବୟସ ଅଧିକ ହୋଇଥିଲେ ମଧ୍ୟ ସେ ଅର୍ଜିତଙ୍କୁ କଳାରେ ସିନିୟର ଭାବେ ବିବେଚନା କରିବା ଦର୍ଶକଙ୍କୁ ହୃଦୟକୁ ଛୁଇଁଥିଲା । କିଛି ଦିନ ତଳେ ରଣବୀର କାପୁର ମଧ୍ୟ ତାଙ୍କ ପାଦ ଛୁଇଁଥିଲେ ।

Leave A Reply

Your email address will not be published.