Latest Odisha News

BREAKING NEWS

୮ କୋଭିଡ ଯୋଦ୍ଧାଙ୍କ ସହ ମାଲକାନଗିରିରୁ ଚିହ୍ନଟ ହେଲେ ୩୦ ନୂଆ ପଜିଟିଭ

ମାଲକାନଗିରି: ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରୁ ଚିହ୍ନଟ ହୋଇଛନ୍ତି ୩୦ ଜଣ ନୂଆ ଆକ୍ରାନ୍ତ। ଏହି ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୮ ଜଣ କୋଭିଡ ଯୋଦ୍ଧା ଓ ଅନ୍ୟ ୨୨ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ମାମଲା ।

ଏହି ୩୦ ଟି ମାମଲା ଜିଲ୍ଲାର ୧୨ ଟି ବ୍ଲକରୁ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମଥିଳିରୁ ୨ ଜଣ, କାଲିମେଲାରୁ ୩ ଜଣ, ମାଲକାନଗିରିରୁ ଜଣେ ଓ ଚିତ୍ରକୋଣ୍ଡାରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୧୮ ଟି ମାମଲା ମଧ୍ୟରୁ ୫ ଟି ବାଲିମେଲା ଏନଏସି ଏବଂ ୧୩ ଟି ମାଲକାନଗିରି ପୌରପାଳିକା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମାଲକାନଗିରିରେ ୨୨୩ ଟି ସକ୍ରିୟ ମାମଲା ରହିଥିବା ବେଳେ ୨ ଜଣଙ୍କର କରୋନାରୁ ମୃତ୍ୟୁ ଘଟିଛି।

Leave A Reply

Your email address will not be published.