Latest Odisha News

BREAKING NEWS

ଦକ୍ଷିଣରେ କରୋନା କାୟା: ଗଞ୍ଜାମରେ ଖସୁଛି, ରାୟଗଡ଼ା ଓ ଗଜପତିରେ ମାଡୁଛି

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନାର ନାଲି ଆଖି । ମାଡ଼ି ମାଡ଼ ଚାଲିଛି । ଗଞ୍ଜାମ ପରେ ଗଜପତି ଓ ରାୟଗଡ଼ା । ଯଦିଓ ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି, କିନ୍ତୁ ଚିନ୍ତା ବଢ଼ାଇଛନ୍ତି ରାୟଗଡ଼ା ଓ ଗଜପତି ଜିଲ୍ଲା ।
ଗଜପତି, ରାୟଗଡ଼ା ଟେନସନ୍
ଗତ ୨୪ ଘଣ୍ଟାରେ ପଜିଟିଭ୍ କେସରେ ଶତକ ପାର କରିଛି ଗଜପତି ଓ ରାୟଗଡ଼ା ଜିଲ୍ଲା । ଗଜପତି ଜିଲ୍ଲାରୁ ବାହାରିଛନ୍ତି ୧୦୮ ନୂଆ ଆକ୍ରାନ୍ତ । ପୂର୍ବରୁ କେବେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇ ନଥିଲେ । ଏହାକୁ ମିଶାଇ ଗଜପତି ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୫ ଶହ ୧୦ରେ ପହଞ୍ଚିଛି । ଆକ୍ଟିଭ୍ କେସ ରହିଛି ୬୯୭ । ସୁସ୍ଥ ହୋଇଛନ୍ତି ୮୦୩ ଆକ୍ରାନ୍ତ ।


କରୋନା ମୁକାବିଲାରେ ରାଜ୍ୟ ପାଇଁ ନୂଆ ଟେନସନା ପାଲଟିଛି ରାୟଗଡ଼ା ଜିଲ୍ଲା । ଗତ ୨୪ ଘଣ୍ଟାରେ ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୭ । ଆକ୍ଟିଭ୍ କେସ ୪୫୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୪୪୦ ଆକ୍ରାନ୍ତ । ପୂର୍ବରୁ ଜୁଲାଇ ୨୧ ତାରିଖରେ ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଚଳିତ ସପ୍ତାହରେ କରୋନ ପଜିଟିଭ କେସ୍ କମିଛି । ୨୭ ତାରିଖରେ ୩୩୨, ୨୮ରେ ୨୪୫, ୨୯ ତାରିଖରେ ୨୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୩୬୮ ଓ ଗତ ୨୪ ଘଣ୍ଟାରେ ୩୦୮ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.