କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଜେଲ୍ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଖୋଳତାଡ ବେଳେ ଡି’ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ ଭିତରୁ ପୋଲିସକୁ ୮ଟି ବନ୍ଧୁକ ସହ ପ୍ରାୟ ୫ଶହ ରାଉଣ୍ଡ ଗୁଳି ମିଳିଛି । ଜବତ ହୋଇଛି କିଛି ମୋବାଇଲ୍ ଫୋନ୍ ।

ଘଟଣାସ୍ଥଳରୁ ପୋଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଓ ତଥ୍ୟ ସଂଗ୍ରହ କରୁଛି । ଗତ ବୁଧବାର ରାତିରେ ଚୌଦ୍ୱାର ଥାନା ପୋଲିସ ଜଣେ ପେସାଦାର ଅପରାଧୀକୁ ଗିରଫ କରିଥିଲା ଯ ତା ନିକଟରୁ ଜବତ ହୋଥିଲା ବନ୍ଧୁକ । ତାକୁ ଜେରା ବେଳେ ସେ ବନ୍ଧୁକ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତଘରୁ ଆଣିଥିବା ପୋଲିସକୁ କହିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ ।

୨୦୧୬ ଜାନୁଆରୀ ମାସରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଗିରଫ କରିଥିଲା ପୋଲିସ । ଖୋଲିଥିଲା ସେମାନଙ୍କର ଅଫରାଧିକ ସାମ୍ରାଜ୍ୟର ଗୁମର । ବହୁ ବନ୍ଧୁକ, ଗୁଳି, କାର୍ବାଇନ୍ ବନ୍ଧୁକ ଓ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଥିଲା । ସେବେଠାରୁ ଗିରଫ ହୋଇ ଜେଲରେ ଅଛନ୍ତି ଦୁଇ ଭାଇ । କିନ୍ତୁ ସେଠାରୁ ଥାଇ ଗ୍ୟାଙ୍ଗକୁ ଚଳାଉଥିବା ଏବେ ସାମନାକୁ ଆସିଛି ।
BREAKING NEWS
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
Comments are closed.