Latest Odisha News

ଲଭ ରଞ୍ଜନ ଫିଲ୍ମରେ ଏକତ୍ର ଆସିବେ ରଣବୀର-ଶ୍ରଦ୍ଧା !

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ କଳାକାର ରଣବୀର କାପୁର ଓ ଶ୍ରଦ୍ଧା କାପୁର ଲଭ ରଞ୍ଜନଙ୍କ ଏକ ଫିଲ୍ମରେ ଆସିବେ ବୋଲି ଅନୁମାନ କରାଯାଉଛି । ଗୁରୁବାର ଫିଲ୍ମ ମେକର ଲଭ ରଞ୍ଜନଙ୍କ ଅଫିସରେ ଉଭୟଙ୍କ ଦେଖିବାକୁ ମିଳିଥିଲା । ଅବଶ୍ୟ କେଉଁ କାରଣ ପାଇଁ ତାଙ୍କ ଅଫିସରେ ଏହି ବୈଠକ ହୋଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ । କିଛି ଦିନ ତଳେ ଶ୍ରଦ୍ଧା ଏକ ସାକ୍ଷାତକାରରେ କହିଥିଲେ ସେ ରଣବୀରଙ୍କ ସହ ଫିଲ୍ମ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ବାଗୀ ୩ରେ ପରେ ସେ ଏବେ ସ୍ତ୍ରୀ ଫିଲ୍ମ ସିକ୍ୱେଲରେ ଅଭିନୟ କରିବେ । ଏହା ବ୍ୟତୀତ ବିଶାଳ ଫୁରିୟା ନିର୍ଦ୍ଦେଶନାରେ ଏକ ଇଚ୍ଛାଧାରୀ ନାଗିନ ଉପରେ ଆଧାରିତ ଫିଲ୍ମରେ ସେ କାମ କରିବେ । ଅପରପକ୍ଷରେ ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ରଣବୀର ଗାର୍ଲଫ୍ରେଣ୍ଡ ଆଲିୟା ଭଟ୍ଟ ଏକତ୍ର ଅଭିନୟ କରୁଛନ୍ତି ।

Leave A Reply

Your email address will not be published.