Latest Odisha News

ବିଡିଓ ଦାୟିତ୍ୱ ତୁଲାଇବେ ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ ଆଇଏଏସ୍ ଅଫିସର

ଭୁବନେଶ୍ବର: ୮ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଏହି ସମସ୍ତ ଆଇଏଏସ୍ ଅଫିସର ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏନେଇ ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ତେବେ ପ୍ରୋବେସନରେ ଥିବା ଏହି ୮ ଜଣ ଆଇଏଏସ୍ ଅଫସରଙ୍କୁ ବ୍ଲକସ୍ତରରେ ୬ ସପ୍ତାହ ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୨୮ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପାଇଁ ସ୍ୱାଧୀନ ଭାବେ ବିଡିଓ ଦାୟିତ୍ୱ ଦିଆଯାଇଛି । ଏହି ଆଇଏଏସ୍ ଅଫିସରମାନେ ବିଡିଓଙ୍କୁ ମିଳିଥିବା ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ ଉପଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଜାରି ବିଜ୍ଞପ୍ତି ଅନୁସାରେ, ତେଜସ୍ୱିନୀ ବେହେରାଙ୍କୁ ଆଠମଲ୍ଲିକ ବିଡିଓ ଭାବେ ନିଯୁକ୍ତି ମିଳିଥିବାବେଳେ, ଦୁଧାଲ ଅଭିଷେକ ଦିଲ୍ଲୀପଙ୍କୁ ନୀଳଗିରି ବିଡିଓ ସେହିପରି ଆଇଏଏସ୍ ଅଫିସର ଆସିନ ଏଲଙ୍କୁ ଯଶୀପୁର ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଥିବାବେଳେ କସ୍ତୁରୀ ପଣ୍ଡାଙ୍କୁ ଏମରାମପୁର ବିଡିଓ, ପ୍ରଣିତା ଦାଶଙ୍କୁ ସୋରଡ଼ା ବିଡିଓ, ପ୍ରେକ୍ଷା ଅଗ୍ରୱାଲଙ୍କୁ ହରିଚନ୍ଦନପୁର ବିଡିଓ, ୟିମକୁମ ଆଇ ଓଜୁକୁମଙ୍କୁ ବଣାଇ ବିଡିଓ ଏବଂ ସି. ସରଭାନନଙ୍କୁ ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଛି ।

Comments are closed.