Latest Odisha News

ଠକ ନଂ ୪୨୦: ଟଙ୍କା ଡବଲ୍ କରିବାକୁ କହି ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନୀ ନଗର । ସେଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜଣେ ବ୍ୟକ୍ତି ତା ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଡିନର କରୁଥିଲେ । ପରିବାର ମଧ୍ୟରେ ନୂଆବର୍ଷ ପାଇଁ ବିଦେଶ ଯିବାର ଯୋଜନା ଚାଲିଥିଲା । ପିଲାମାନେ ସିଙ୍ଗାପୁର ଯିବା କଥା କହୁଥିବା ବେଳେ ସ୍ତ୍ରୀ ଦୁବାଇ ଯିବାକୁ କହୁଥିଲେ । ଡେଷ୍ଟିନେଶନ ଠିକ୍ ହେଉ ହେଉ ଅଚାନକ ସେଠାରେ ପହଞ୍ଚିଲା ପୋଲିସ । କେହି କିଛି ଭାବିବା ପୂର୍ବରୁ ପୋଲିସ ସେହି ବ୍ୟକ୍ତିଙ୍କୁ ଗିରଫ କରି ନେଇଗଲା । ସ୍ତ୍ରୀ ଓ ପିଲା ମାନଙ୍କୁ ଘରକୁ ଯିବାକୁ କହି ପୋଲିସ ସେହି ବ୍ୟକ୍ତି ଜଣଙ୍କୁ ଥାନାକୁ ନେଇଗଲା । ସେଠାରେ ପଚରାଉଚରା କଲାବେଳେ ଯାହା ଜଣା ପଡିଲା ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ସୂଚନା ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୟୁପିର ଗୋଣ୍ଡା ଜିଲ୍ଲାରେ ରହୁଥିବା ଅଜିତ ମୋର୍ଯ୍ୟ ଓରଫ ରମେଶ କୁମାର । ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ୧୯୯୯ ମସିହାରେ ଷଷ୍ଠ ଶ୍ରେଣୀରେ ଫେଲ ହେବା ପରେ ପରିବାରର ଭାର ଉଠାଇବା ପାଇଁ ଚାକିରୀ ଆଶାରେ ସେ ମୁମ୍ବାଇ ଚାଲିଆସିଥିଲେ । ସେଠାରେ ଏକ ଠିକାଦାର ପାଖରେ ରହି କାମ କଲା । ସେତେବଳେ ତାର ସଙ୍ଗୀତା ନମରେ ଜଣେ ମହିଳାଙ୍କ ସହ ଦେଖା ହେଲା । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଲା । ଶେଷରେ ୨୦୦୦ ମସିହାରେ ଦୁହେଁ ବିବାହ କରିଥିଲେ । ସେ ଦୁହିଁଙ୍କର ୭ଟି ସନ୍ତାନ ମଧ୍ୟ ଅଛି । କିନ୍ତୁ ଠିକ୍ ସେତେବେଳେ ରମେଶଙ୍କର ଚାକିରି ଚାଲିଗଲା । ଅନେକ ଚେଷ୍ଟା ଫଳରେ କୌଣସି କାମ ନମିଳିବାରୁ ଶେଷରେ ସେ ଗାଁକୁ ଚାଲିଗଲେ ।

ମୁମ୍ବାଇରେ ରହୁଥିବା ସମୟରେ ରମେଶ କିଛି ଠକ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଠାରୁ ଠକାମୀ କାମ ଶିଖିଥିଲା । ଗାଁକୁ ଆସିବା ପରେ ସେ ସେହି ଠକାମୀ କାମ ଆରମ୍ଭ କରିଦେଲା । ଗାଁରେ ସେସବୁ ସୁବିଧା ନହେବାରୁ ସେ ଲକ୍ଷ୍ନୌ ଚାଲିଆସିଲା । ସେଠାରେ ସେ ପ୍ରତାପଗଡର ରାଜେଶ କୁମାର, ଅମ୍ବେଦକର ନଗରର ଦୀପକ ଗୁପ୍ତା ଓ ମୁମ୍ବାଇର ସୁରଜ କୁମାର ସହ ମିଶି ଏକ ଗ୍ୟାଙ୍ଗ ତିଆରି କଲା ।  ସୁରଜ ଫୋନ ଜରିଆରେ ଲୋକଙ୍କୁ ଖୋଜୁଥିଲା । ସେହି ଲୋକଙ୍କୁ ନିଜ ଜାଲରେ ଫସାଇ ଅଜିତ, ରାଜେଶ ଓ ଦୀପକ ଟଙ୍କା ଡବଲ୍ କରିବା କଥା କହି ସେମାନଙ୍କୁ ଲକ୍ଷ୍ନୌ ଡାକୁଥିଲେ ।

ଅସଲି ନୋଟକୁ ନକଲି କହି ପ୍ରଥମେ ବଜାରରେ ଚଳାଇବାକୁ କହୁଥିଲେ । ଧିରେ ଧିରେ ଲୋକଙ୍କର ଭରଷା ହେବା ଟଙ୍କା ଡବଲ୍ କରିବାର ପ୍ରଲୋଭନ ଦେଖାଇ ସେମାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଯାଉଥିଲେ ଲୁଟେରା । ଏହିପରି ଅନେକ ଲୋକଙ୍କୁ ଠକିଥିଲା ଏହି ଗ୍ୟାଙ୍ଗ ।  କିନ୍ତୁ ପୋଲିସ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇପାରିନଥିଲା । ଏଥିଭିତରେ ଉନ୍ନାଓରେ ରହୁଥିବା ଧର୍ମେନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ଏହି ଠକ ଗ୍ୟାଙ୍ଗ ।

ନଭେମ୍ବର ୨୬ରେ ନଭେମ୍ବର ୨୬ରେ ଧର୍ମେନ୍ଦ୍ରଙ୍କୁ ୩ ଲକ୍ଷ ବଦଳରେ ଟଙ୍କା ୬ଲକ୍ଷ କରି ତାଙ୍କୁ ଦିଆଯିବ କହି ଲକ୍ଷ୍ନୌ ଡାକିଥିଲେ ଏହି ଗ୍ୟାଙ୍ଗ । ଯେବେ ଧର୍ମେନ୍ଦ୍ର ୩ ଲକ୍ଷ ଟଙ୍କା ନେଇ ସେଠାରେ ପହଞ୍ଚିଲେ ସେଠାରେ ତାଙ୍କଠୁ ୩ଲକ୍ଷ ଟଙ୍କା ଭରି ବ୍ୟାଗ ନେଇ ତାଙ୍କୁ ୬ଲକ୍ଷ ଥିବା ଏକ ବ୍ୟାଗ ଦେଇ ସେଠାରୁ ଚାଲିଗଲେ ସେହି ଠକ ମାନେ । ଯେତେବେଳେ ଧର୍ମେନ୍ଦ୍ର ସେହି ଟଙ୍କା ବ୍ୟାଗ ଖୋଲିଲା ସେତେବେଳେ ସେ ବ୍ୟାଗ ଭିତରେ କେବଳ ଉପରେ ଓ ତଳେ ଅସଲି ନୋଟ ଆଉ ସବୁ ନକଲି ନୋଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏନେଇ ସରୋଜିନୀ ନଗର ଥାନାରେ ଏତଲା ଦେଲେ ଧର୍ମେନ୍ଦ୍ର ।

ଏତଲା ଅନୁଯାୟୀ ପୋଲିସ ଏବେ ଅଜିତକୁ ଗିରଫ କରିଛି । ଅଜିତ ଠାରୁ ପୋଲିସ ୨.୧୫ ଲକ୍ଷ ନଗଦ ଟଙ୍କା, ୩ଟି ମୋବାଇଲ ଫୋନ, ନକଲି କୁପନ ନୋଟ ଏବଂ ଏକ ଗାଡି ଜବତ କରିଛି । ସେପଟେ ଅଜିତର ଅନ୍ୟ ସାଥୀ ମାନେ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.