Latest Odisha News

BREAKING NEWS

ତୁର୍କୀ ଗସ୍ତରେ ଯାଇଥିବା ଭାରତୀୟ ବକ୍ସିଂ ଟିମର ୮ ସଦସ୍ୟଙ୍କୁ କରୋନା

ନୂଆଦିଲ୍ଲୀ: ତୁର୍କୀ ଗସ୍ତରେ ଯାଇଥିବା ଭାରତୀୟ ବକ୍ସିଂ ଟିମର ୩ ବକ୍ସର ଓ ୫ ଅଫିସିଆଲ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଇସ୍ତାନବୁଲରେ ସେମାନଙ୍କୁ କ୍ୱାରୋଂଟାଇନରେ ରଖାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡା ରୌପ୍ୟ ପଦକ ବିଜେତା ଗୌରବ ସୋଲାଙ୍କି (୫୭କିଗ୍ରା)ଙ୍କ ସମେତ ଅନ୍ୟ ୨ ବକ୍ସର ପ୍ରୟାଗ ଚୌହ୍ୱାନ (୭୫ କିଗ୍ରା) ଓ ବ୍ରିଜେଶ ଯାଦବ (୮୧ କିଗ୍ରା)ଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି ।

ଏମାନଙ୍କ ବ୍ୟତୀତ କୋଚ ଧର୍ମେନ୍ଦ୍ର ଯାଦବ, ସନ୍ତୋଷ ବୀରମାଲ, ଫିଜିୟା ଶିଖା କୋଡିୟା, ଡକ୍ଟର ଉମେଶ, ଭିଡିଓ ବିଶ୍ଲେଷକ ନିତିନ କୁମାରଙ୍କୁ ମଧ୍ୟ କ୍ୱାରେଂଟାଇନର ରଖାଯାଇଛି । ଏହି ଗସ୍ତରେ ଯାଇଥିବା ଅନ୍ୟ ବକ୍ସରମାନଙ୍କୁ ମଧ୍ୟ ୭ ଦିନ ଅଲଗା ରଖାଯାଇଛି । ଏହା ପରେ ତାଙ୍କ ଟେଷ୍ଟ କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.