Latest Odisha News

BREAKING NEWS

ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ, ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ । ପେଟେରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନଓ୍ବାବ ମଲ୍ଲିକ ।

ଆଜି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଶରଦ ପାଓ୍ବାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏଣ୍ଡୋସ୍କୋପି ଓ ସର୍ଜରୀ ହେବାର ସମ୍ଭାବନା ରହିଛି । ପେଟ ଯନ୍ତ୍ରଣା ପାଇଁ ପୂର୍ବରୁ ଶରଦ ପାଓ୍ବାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆସନ୍ତାକାଲି ସେ ପୁଣି ଥରେ ଡାକ୍ତରଖାନା ଯାଇଥାନ୍ତେ । କିନ୍ତୁ ଆଜି ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶରଦ ପୱାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

Leave A Reply

Your email address will not be published.