Latest Odisha News

BREAKING NEWS

୨ ପ୍ରେମିକକୁ ଜଣେ ପ୍ରେମିକା: ଏକାଠି ପିନ୍ଧାଇଲେ ସିନ୍ଦୁର, ମଙ୍ଗଳସୂତ୍ର

କୁହାଯାଏ ବିବାହ ଦୁଇଟି ଆତ୍ମାର ମିଳନ । ଯଦି ଆମେ ହିନ୍ଦୁ ବିବାହ ଆଇନ ବିଷୟରେ କହିବା, ତେବେ ଏଠାରେ କେବଳ ଗୋଟିଏ ବିବାହ ସ୍ୱୀକୃତିପ୍ରାପ୍ତ । କିନ୍ତୁ ଜଣେ ପ୍ରେମିକାଙ୍କୁ ଦୁଇ ଜଣ ପ୍ରେମିକ ଏକାସଙ୍ଗରେ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ବିବାହ କରିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ତାହା ପଛରେ କାହାଣୀ କ’ଣ ଆଗକୁ ପଢନ୍ତୁ ।

ଦୁଇଟି ପୁଅ ଗୋଟିଏ ଝିଅକୁ ସ୍କୁଲରେ ପଢିବା ସମୟରେ ଭଲ ପାଇ ଆସୁଥିଲେ । ବଡ଼ ହେବା ପରେ ଉଭୟ ଯୁବକ ଯୁବତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ,ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କେମିତି ହେବ ବିବାହ ଏନେଇ ଅନେକ ବିଚାର ବିମର୍ଷ ହେଲା । ଶେଷରେ ଦୁଇ ଜଣ ଯୁବକ ନିଷ୍ପତ୍ତି ନେଲେ ଯୁବତୀଙ୍କୁ ବିବାହ କରିବେ । ଆଉ ତାହା ପରେ ଯାହା ହେଲା ତାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଦୁଇ ପ୍ରେମିକ ଏକା ସଙ୍ଗରେ ଆଗ ପଛ ହୋଇ ଯୁବତୀଙ୍କ ମଥାରେ ସିନ୍ଦୁର ଦେଉଛନ୍ତି । ପରେ ଗୋଟିଏ ମଙ୍ଗଳସୂତ୍ରକୁ ଉଭୟ ମିଶି କରି ଯୁବତୀଙ୍କୁ ପିନ୍ଧାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ପରେ ଯୁବତୀ ଜଣକ ଖୁସି ଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଆଜିକାଲି ଯୁଗରେ ଗୋଟେ ଝିଅକୁ ଭଲ ପୁଅଟିଏ ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଏଠାରେ ଜଣଙ୍କୁ ଏକାସଙ୍ଗରେ ଦୁଇଟି ସ୍ୱାମୀ ମିଳିବା ଭାଗ୍ୟର କଥା ବୋଲି ଅନେକ ମତ ରଖିଛନ୍ତି ।

Comments are closed.