Latest Odisha News

BREAKING NEWS

ଭିକାରି ମୁକ୍ତ ହେବ ଏକାମ୍ରକ୍ଷେତ୍ର, ଥଇଥାନ ସହ ଜୀବିକା ପ୍ରଦାନ ଲକ୍ଷ୍ଯ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଯୋଜନାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଭିକାରି ମୁକ୍ତ ହେବ ଏକାମ୍ର କ୍ଷେତ୍ର। ଏଥିପାଇଁ ବିଏମସି ଓ ବିଡ଼ିଓ କାମ ଆରମ୍ଭ କରିଛନ୍ତି। ଏକାମ୍ର କ୍ଷେତ୍ର ଯୋଜନା ଅଧିନରେ ଭିକାରିଙ୍କୁ ଥଇଥାନ କରାଯିବ। ସରକାରଙ୍କ ସହାୟ ଯୋଜନାରେ ମନ୍ଦିର ପାଖରେ ଥିବା ଭିକାରି ଓ ନିରାଶ୍ରୟଙ୍କୁ ଜୀବିକା ପ୍ରଦାନ କରାଯିବ। ଏହାସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ବିଏମସି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଭିକାରି ଓ ନିରାଶ୍ରୟଙ୍କୁ ଚିହ୍ନଟ କାମ ଆରମ୍ଭ ହୋଇଛି। ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସାହାଯ୍ୟ କରାଯିବ। ଯେଉଁମାନେ ଘରକୁ ଫେରିବାକୁ ଚାହୁଁ ନାହାନ୍ତି ସେମାନଙ୍କୁ ସେଲଟର ହୋସରେ ରଖାଯିବ। ଚିହ୍ନଟ ଓ ଥଇଥାନ କାମ ପାଇଁ ପ୍ରଶାସନ ଏନଜିଓଙ୍କୁ ନିଯୁକ୍ତ କରିଛି।

Leave A Reply

Your email address will not be published.