Latest Odisha News

BREAKING NEWS

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ବାଳ’; ପ୍ରଥମ ଦିନରେ ଚନ୍ଦାଙ୍କ ପାଇଁ ମାଗଣା ଏଣ୍ଟ୍ରି

କଟକ/ଭୁବନେଶ୍ୱର: ଚନ୍ଦା ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଆଜି ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା “ବାଳ- ଦ ରିଦିମ ଅଫ ଲାଇଫ” କୁ ଚନ୍ଦା ଲୋକମାନ ଶୁକ୍ରବାର ଦିନ ଏହାର ନିର୍ମାତା ମାନଙ୍କ ସହ ବସି ମାଗଣାରେ କଟକର ଜୟଶ୍ରୀ ଟକିଜ ଠାରେ ଦେଖିବାର ଆୟୋଜନ କରାଯାଇଥିଲା ।

ତରଙ୍ଗ ସିନେ ପ୍ରଡକସନର ଏହି ଚଳଚ୍ଚିତ୍ରଟି ଏମିତି ଏକ ଯୁବକର ଦୁର୍ଦ୍ଦଶା ଓ ସମସ୍ୟା ସମ୍ପର୍କରେ ଦର୍ଶାଇଛି ଯିଏ ସମୟ ପୂର୍ବରୁ ଚନ୍ଦାପଣର ଶିକାର ହୋଇଛି ।

ଏହାର ନିର୍ଦ୍ଦେଶନା ଭାର ଅମରେଶ ପତି ସମ୍ଭାଳିଛନ୍ତି। ମୁଖ୍ୟ ଭୂମିକାରେ ଥିବା ନବାଗତା ସମୀର ଶତପଥୀ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିଛନ୍ତି । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଦିବ୍ୟା ମହାନ୍ତି ।

ଏମାନଙ୍କ ଛଡ଼ା ମୁଖ୍ୟ ଭୂମିକାରେ ଅନନ୍ୟା ମିଶ୍ର, ଅପରାଜିତା ମହାନ୍ତି, ସଲିଳ ମିତ୍ର, ଜୟପ୍ରକାଶ, ଅନନ୍ତ ମିଶ୍ର ଆଦି କଳାକାର ନଜର ଆସିଛନ୍ତି ।

ଭୁବନେଶ୍ୱରର ଶ୍ରେୟାହଲ ସମେତ ଏହା ଓଡ଼ିଶାର ୧୪ଟି ହଲରେ ମୁକ୍ତିଲାଭ କରିଛି ।

ସଂଯୋଗ ବଶତଃ ଏହି ଚଳଚ୍ଚିତ୍ରଟି ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅଭିଷେକ ପାଠକଙ୍କ ଅପକମିଙ୍ଗ ମୁଭି ‘ଉଜ୍ଦା ଚମନ’ ସଙ୍ଗେ କିଛି ଅଂଶରେ ମିଶିଯାଉଛି।

ଆହୁରି ମଧ୍ୟ ଏହି ଚଳଚ୍ଚିତ୍ରଟିର କାହାଣୀ ନଭେମ୍ବର ୭ରେ ମୁକ୍ତିଲାଭ କରିବାକୁ ଥିବା ଆୟୁଷ୍ମାନ ଖୁରାନାଙ୍କ ‘ବାଲା’ସହ ମଧ୍ୟ ମିଶୁଥିବା ଶୁଣିବାକୁ ମିଳିଛି ।

Leave A Reply

Your email address will not be published.